PURI RATHAJATRA UNCERTAINTY: NO DECISION YET ରଥଯାତ୍ରା ସଂପର୍କ ଖୁବଶୀଘ୍ର ନିଷ୍ପତ୍ତି

ରଥଯାତ୍ରା ହେବା ଉଚିତ କି ନୁହେଁ ? ଯୁକ୍ତି ବାଢିଲେ ସେବାୟତ , କହିଲେ ଯାତ୍ରା ଥରେ ବନ୍ଦ ହେଲେ ୧୨ ବର୍ଷ ହେବ ବନ୍ଦ….ସେପଟେ ସ୍ଥିତି ଭଲ ଥିଲେ ଯାତ୍ରା ରୋକିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଲେ ବରିଷ୍ଠ ସାମ୍ବାଦିକ…ଜୁନ ୨୩ରେ ଶ୍ରୀଜିଉଙ୍କ ଘୋଷଯାତ୍ରା | ଏଥିପାଇଁ ଆଉ ୨ ମାସର ସମୟ | ରଥଖଳାରେ ପହଞ୍ଚିସାରିଛି ରଥକାଠ | ତେବେ ରଥଯାତ୍ରାର ଆୟୋଜନ ଏବେ ଅନିଶ୍ଚିତତା ଘେରରେ | ଏହା ପଛରେ କାରଣ ହେଉଛି କରୋନା ଭୟ | ତେବେ ପୁରୀରେ ରଥଯାତ୍ରା ଆୟୋଜନ ନେଇ ଚାଲିଛି ବିଚାରବିମର୍ଶ | ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ରଥଯାତ୍ରା ସଂପର୍କରେ ଆଲୋଚନା ଚାଲିଛି | ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନି | ଆଶା କରାଯାଉଛି ଏ ସଂପର୍କରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ | ସାରା ଦେଶରେ ଲକଡାଉନ୍ ମେ ୩ ଯାଏଁ ବୃଦ୍ଧି କରାଯାଇଛି | ପରିସ୍ଥିତିର ଗମ୍ଭୀରତାକୁ ଦେଖି ଚଳିତବର୍ଷ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ବାତିଲ କରାଯାଇଥିଲା | ଏବେ ସମସ୍ତଙ୍କ ନଜର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥାଯାତ୍ରା ଉପରେ | Uncertainty Over World Famous Puri RathJatra Of Lord Jagannath

Leave a Comment

Your email address will not be published. Required fields are marked *