ପୁରୀରେ ‘ଲକଡାଉନ୍’
ବାହାର ଜିଲ୍ଲାର ଗାଡ଼ିକୁ ପୁରୀ ଭିତରକୁ ଛଡ଼ାଯାଉନି, କେବଳ ସ୍ବର୍ଗଦ୍ବାର ଯିବାକୁ ଅନୁମତି
ପୁରୀ ସହରକୁ ୩ଟି ଜୋନ୍ ଓ ୬ଟି ସେକ୍ଟରରେ ବିଭକ୍ତ କରାଯାଇଛି
ପ୍ରତି ଜୋନ ପାଇଁ ଜଣେ ଡିଏସପି ରହିଛନ୍ତି
ପ୍ରତି ସେକ୍ଟର ଦାୟିତ୍ବରେ ଜଣେ ଇନଲପେକ୍ଟର ରହିଛନ୍ତି
ପୁରୀ ପୋଲିସ ୨୬ଟି ବ୍ଲକିଂ ପଏଣ୍ଟରେ ଚେକିଂ କରାଯାଉଛି
ସମସ୍ତ ଖୋଲାଥିବା ଅନାବଶ୍ୟକ ଦୋକାନକୁ ବନ୍ଦ କରାଯାଉଛି
ପୁରୀରେ ବସ୍ ଚଳାଚଳ ପ୍ରାୟତଃ ବନ୍ଦ ରହିଛି
ପରିବା ବଜାରରେ ଲୋକ କିଣିବା ପାଇଁ ପ୍ରବଳ ଭିଡ଼ ଲଗାଉଥିବା ଦେଖିବାକୁ ମିଳୁଛି
୨୦ ତାରିଖରୁ ଭକ୍ତଙ୍କ ଦର୍ଶନ ବନ୍ଦ କରିଛି ଶ୍ରୀମନ୍ଦିର ପ୍ରଶାସନ
ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ ସଂପୂର୍ଣ୍ଣ ରୋକ୍
ତେବେ ମହପ୍ରଭୁଙ୍କ ନୀତିକାନ୍ତି ପୂର୍ବ ପରି ଚୀଲିଛି
ଥର୍ମାଲ୍ ସ୍କ୍ରିନିଂ କରି ସେବାୟତଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ଦେଉଛି ପୋଲିସ
ସେବାୟତ ଚାହିଁଲେ ମାସ୍କ ପିନ୍ଧି ଶ୍ରୀମନ୍ଦିରକୁ ଯାଇ ନୀତିକାନ୍ତି କରିପାରିବେ