NOW CORONA TEST AT SCB CUTTACK

ଏସସିବି ମେଡିକାଲରେ ହେବ କରୋନା ନମୁନା ପରୀକ୍ଷା

କଟକ ଏସସିବି ମେଡିକାଲରେ ହେବ କରୋନା ନମୁନା ପରୀକ୍ଷା | ଏ ନେଇ ଅନୁମତି ଦେଇଛି ICMR | ନିଷ୍ପତ୍ତି ସଂପର୍କରେ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ | ସେହିପରି ରାଜ୍ୟର ଅନ୍ୟ ୨ଟି ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ମଧ୍ୟ ନମୁନା ପରୀକ୍ଷା ସୁବିଧା ଉପଲବ୍ଧ କରିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର | ଆଶା କରାଯାଉଛି ବୁର୍ଲା ଓ ଏମକେସିଜିରେ ଖୁବଶୀଘ୍ର ଏହି ସୁବିଧା ମିଳିବ | ସେପଟେ ଭୁବନେଶ୍ବର ଏମସରେ ପରୀକ୍ଷା ଆରମ୍ଭ କରାଯାଇଛି | ଓୟୁଏଟିର ଭେଟେରେନାରି ମେଡିକାଲ କଲେଜ‌ରେ ମଧ୍ୟ ପରୀକ୍ଷା ପାଇଁ ଯୋଜନା କରୁଛନ୍ତି ସରକାର |

Leave a Comment

Your email address will not be published. Required fields are marked *