Explore Times

Marine Drive-Eco Retreat

ଡିସେମ୍ବର ୧୪ରୁ ଜାନୁଆରୀ ୧୪ ଇକୋ-ରିଟ୍ରିଟ୍‌ । ରାନ୍‌ ଉତ୍ସବ ଢଙ୍ଗରେ ଓଡ଼ିଶାରେ ହେଉଛି ଆନ୍ତର୍ଜାତିକ କୋଷ୍ଟାଲ ଫେଷ୍ଟିଭାଲ । ଏଥିରେ ଦେଶ,ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଖେଳ, ଖାଦ୍ୟ ଓ ଆଡଭେନଚରର ପୂରା ବନ୍ଦୋବସ୍ତ କରାଯାଇଛି ।

ଏଠାରେ ଯଦି ଆପଣ ଗୋଟିଏ ଦିନ ରହିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ୯୦୦୦ରୁ ୨୮୦୦୦ ଟଙ୍କା ଦେବାକୁ ପଡ଼ିବ । ପାଇଁ ୯ ହଜାର ଟଙ୍କାରୁ ୨୮ ହଜାର ଟଙ୍କା ପର୍ଯ୍ୟନ୍ତ ।ଏଥିରେ ଆପଣଙ୍କୁ ଫୁଡ୍, ବୋଟିଂ,ବିଚ୍ ଭଲିବଲ ଖେଳିବାର ସୁଯୋଗ, ରାତ୍ରିଯାପନ,ପର୍ଯ୍ୟଟନସ୍ଥଲୀ ବୁଲିବାକୁ ଯିବାର ସୁଯୋଗ । ଏବଂ ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇପାରିବେ ପର୍ଯ୍ୟଟକ ।

ଇକୋ-ରିଟ୍ରିଟ୍‌ରେ ରହିବ ୧୬ଟି ଫୁଡ୍ ଷ୍ଟଲ । ଏହା ସହ ଓଡ଼ିଶାର ୧୦ଟି ହସ୍ତ ଶିଳ୍ପର ଷ୍ଟଲ ମଧ୍ୟ ପର୍ଯ୍ୟଟକଙ୍କୁ ଓଡ଼ିଶା ସଂପର୍କରେ ଅଧିକ କିଛି କହିବ । ସାଧାରଣ ଲୋକମାନେ ମଧ୍ୟ ଏହାର କାର୍ଯ୍ୟକ୍ରମର ମଜା ନେଇପାରିବେ । ସେମାନେ ୫୦ ଟଙ୍କା ଦେଇ ଟିକେଟ କିଣିବା ପରେ ଭିତରକୁ ପ୍ରବେଶ କରିପାରିବେ। ସେମାନଙ୍କ ପାଇଁ ବୋଟିଂ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିପାରିବେ ।

Exit mobile version