ମସ୍ଜିଦ୍ରେ ନମାଜ ପାଠ କରିପାରିବେ ମୁସଲମାନ୍ ମହିଳା
ମହିଳାଙ୍କ ନମାଜ ପାଠକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି | ମସ୍ଜିଦ୍ରେ ମୁସଲମାନ୍ ମହିଳାମାନେ ନମାଜ ପାଠ କରିପାରିବେ | ମୁସଲିମ୍ ପର୍ସନାଲ ଲ’ ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟରେ ଏହି କଥା କୁହାଯାଇଛି । ସୁପ୍ରିମକୋର୍ଟଙ୍କୁ ମୁସଲିମ୍ ପର୍ସନାଲ ଲ’ ବୋର୍ଡ ଜଣାଇଛି ଯେ, ଧର୍ମ ପୁସ୍ତକରେ ମହିଳାଙ୍କ ପ୍ରବେଶ ପାଇଁ ଅନୁମତି ରହିଛି । ଜଣେ ମୁସଲିମ୍ ମହିଳାଙ୍କୁ ନମାଜ ପାଠ କରିବା ପାଇଁ ମସଜିଦରେ ପ୍ରବେଶ କରିବାର ସ୍ବାଧୀନତା ରହିଛି । ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲାର ଶୁଣାଣି ହୋଇଛି | ତେବେ ମୁସଲିମ୍ ପର୍ସନାଲ ଲ’ ବୋର୍ଡ ଏ କଥା ବି କହିଛି ଯେ, କୌଣସି ଧର୍ମର ଧାର୍ମିକ ପରଂପରାକୁ ପଚରାଉଚରା କରିବାର ଅନୁମତି ଦିଆଯିବା ଉଚିତ ନୁହେଁ ।