ଲକଡାଉନ ସମୟରେ ବି ଖୋଲା ରହିବ ମିଠା ଦୋକାନ | ତେବେ ଦିନକୁ ମାତ୍ର ୪ ଘଣ୍ଟା | ଦିନ ୧୨ରୁ ୪ଟା ପର୍ଯ୍ୟନ୍ତ | ଏଭଳି ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର | ତେବେ ଦୋକାନ ଖୋଲା ଥିବା ସମୟରେ ଦୋକାନରେ ୨ ରୁ ଅଧିକ କର୍ମଚାରୀ ରହିପାରିବେ ନାହିଁ | ସେହିପରି ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତାକୁ ରଖିବାକୁ କଡ଼ା ନିର୍ଦ୍ଦେଶ ରହିଛି । ତେବେ ଲକଡାଉନ ସମୟରେ ମିଠା ଦୋକାନ ବନ୍ଦ ହେବାରୁ ହଜାର ହଜାର ଲିଟର କ୍ଷୀର ନଷ୍ଟ ନଷ୍ଟ ହେଉଥିଲା | ବ୍ୟବସାୟୀ କ୍ଷତି ସହିବା ସହ ରାସ୍ତାରେ କ୍ଷୀର ଢଳାଯିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା | ଏ ସଂପର୍କରେ ପଶ୍ଚିମବଙ୍ଗ ମିଷ୍ଟାନ ସଂଘ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଜଣାଇଥିଲେ | ଯାହାର ଆଧାରରେ ସର୍ତ୍ତମୂଳକ ମିଠା ଦୋକାନ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି | ତେବେ ଏହାରି ଭିତରେ ସାମାଜିକ ଦୂରତା ରଖିବା ସହ ନିୟମ ମାନିବାକୁ କୁହାଯାଇଛି |