TRAIN FAIR HIKE

ବଢ଼ିପାରେ ଟ୍ରେନ ଭଡ଼ା । ଚଳିତ ସପ୍ତାହରେ ଏହି ନିଷ୍ପତ୍ତି ନେଇପାରେ ଭାରତୀୟ ରେଲଓ୍ବ । କିଲୋମିଟର ପିଛା ୫ରୁ ୪୦ ପଇସା ମୂଲ୍ୟ ବଢିପାରେ ବୋଲି ଚର୍ଚ୍ଚା ହେଉଚି । ଯାତ୍ରୀ ଭଡା ବୃଦ୍ଧି ପ୍ରସ୍ତାବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନଭେମ୍ବରରେ ମଞ୍ଜୁରି ପାଇଛି । ତେବେ ଝାଡଖଣ୍ଡ ନିର୍ବାଚନ ଯୋଗୁ ଏହାର ଘୋଷଣା ହୋଇ ନ ଥିଲା । ବର୍ତ୍ତମାନ ଅର୍ଥନୈତିକ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ରେଲଓ୍ବେ ରାଜସ୍ବ ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି। ରେଲଓ୍ବେ ରାଜସ୍ବ ବଢାଇବା ଭଡ଼ା ବଢ଼ାଇପାରୋ । ପାସେଞ୍ଜର ସେଗ୍‌ମେଣ୍ଟରେ ଯାତ୍ରୀଭଡା ବୃଦ୍ଧି ଲାଗି ରେଲଓ୍ବେ ଚିନ୍ତା କରୁଛି। ଗତ କିଛି ବର୍ଷ ହେବ ରେଲଓ୍ବ ଯାତ୍ରୀଭଡାରେ କୌଣସି ପରିବର୍ତ୍ତନ କରିନାହିଁ।

Leave a Comment

Your email address will not be published. Required fields are marked *