SCB ମେଡିକାଲ ସମ୍ପ୍ରସାରଣ : ଉଚ୍ଛେଦ ପୂର୍ବରୁ ସଚେତନତା

ଉଚ୍ଛେଦ ପୂର୍ବରୁ ସଚେତନତା

ଏସସିବି ମେଡିକାଲ ସମ୍ପ୍ରସାରଣ ପ୍ରସଙ୍ଗ| କଟକ ବଡ଼ ମେଡିକାଲର ପୁର୍ନବିନ୍ୟାସ ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି | ଏହା ପରେ ସୋମବାରଠୁ ଆରମ୍ଭ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା | ତେବେ ପ୍ରଶାସନ ପକ୍ଷରୁ ପ୍ରଥମେ ଉଚ୍ଛେଦ ନେଇ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଉଚ୍ଛେଦ ଅଂଚଳରେ ପ୍ରଶାସନ ପକ୍ଷରୁ ଡାକବାଜିଯନ୍ତ୍ରରେ ଘୋଷଣା କରାଯାଉଛି । ତେବେ ଉଚ୍ଛେଦ ପ୍ରକ୍ରିୟାରେ ଯେଉଁ ପରିବାର ପ୍ରଭାବିତ ହେବେ ସେମାନଙ୍କର ଘର, ଆଧାର,ରାସନକାର୍ଡ, ବ୍ୟାଙ୍କ ପାସବୁକ ପରି ନମ୍ବର ସଂଗ୍ରହ କରିବାକୁ ପୂର୍ବତନ କର୍ପୋରେଟରଙ୍କୁ ଦାୟିତ୍ବ ମିଳିଛି । ପରେ ସେମାନଙ୍କ ଆକାଉଣ୍ଟକୁ କ୍ଷତିପୂରଣ ଟଙ୍କା ପଠାଯିବ। ଏହାପରେ ପ୍ରକଳ୍ପ ପାଇଁ ଦୋକାନ, କ୍ବାର୍ଟର୍ସ ବେଆଇନ ଘର ଭଙ୍ଗା କାମ ଆରମ୍ଭ କରିବ ଜିଲ୍ଲା ପ୍ରଶାସନ। ଉଚ୍ଛେଦ ଦ୍ବାରା ୩୦୦ରୁ ଅଧିକ ପରିବାର ପ୍ରଭାବିତ ହେବେ। ପ୍ରଭାବିତ ପରିବାରଙ୍କୁ ଯୋବ୍ରା ବ୍ରିଜ୍‌ର ଅପରପାର୍ଶ୍ବରେ ଥଇଥାନ କରାଯିବ | ଥଇଥାନ ସଂପର୍କରେ କଟକ ମହାନଗର ନିଗମ ସହ ଆଲୋଚନା ମଧ୍ୟ ହୋଇଛି। ଦୋକାନ ଓ କ୍ୱାର୍ଟର୍ସ ଭଙ୍ଗାଯିବା କାମ ଆରମ୍ଭ ହେବାକୁ ଆହୁରି ତିନିଦିନ ସମୟ ଲାଗିବ | କ୍ଷତିପୂରଣ ଆଇନ ଅନୁସାରେ କ୍ଷତିପୂରଣ ମିଳିବ ଓ ବାସହରା ପରିବାରକୁ ଜରୁରୀ ବ୍ୟବସ୍ଥା ପାଇଁ ୧ ଲକ୍ଷ ଟଙ୍କା ସହାୟତା ମିଳିବ ।

Leave a Comment

Your email address will not be published. Required fields are marked *