Explore Times

ପାଗଳା ବାବା | KSHIROD PARIDA

ସେ ପାଗଳଟା କେମିତି ଅଛି, ତା’ ଖବର ବୁଝୁଛୁ ତ ! କାମଦାମ ସାରି ବୁଲୁଥିବ କେଉଠିଁ ନା କେଉଁଠି ଘରକୁ ଫେରିବ ରାତି ସାଢ଼େଦଶ କି ଏଗାରରେ … ଆଜି ଖଟିକୁ ଆସି ନାହଁ କି ପାଗଳା ବାବା ? ହେଇ ଉଠିବ ଭୁସ୍ କରି ତ କହିବ- ଡାକରା ଆସିଗଲାଣି , ଯାଉଛି … ସତରେ ଭଲ ଲାଗେ ସଭିଙ୍କୁ ପାଗଳର ଲୀଳା ଖେଳା ହେଲେ କେହି ଭଲ ପାଆନ୍ତି କି ତାକୁ ! ପାଗଳାର ସଂସାର ଅଛି କି ନାହିଁ , ସେ ଜାଣେନା ସଂସାରରେ ପାଗଳା ଅଛି କି ନାହିଁ – ସେ ଖବର କେହି ବି ରଖେନା, ସେ ପ୍ରତି ମୁହୂର୍ତ୍ତରେ ଗଢେ ତା ‘ ସର୍ଜନା ପ୍ରତି ନିୟତ ଭାଙ୍ଗିଚାଲେ ଚିରାଚରିତ ଯୋଜନା ! ସେ ବୋଧେ ଜାଣେ ତାହାରି ନାହିଁ କୌଣସି ସ୍ଥିତି, ବୁଝିବାକୁ ଚାହେଁନା କେବେ ବି ସିଏ କୌଣସି କଳଙ୍କିତ ସମ୍ରାଟଙ୍କ ଇଂଗିତ, ଆଉ କେବେ ବି ଜାଣିବାକୁ ଚାହେଁନା ନିଜର ଗତି, ଦୁର୍ଗତି, ଏମିତି କି ଆଦି ଅନ୍ତ ବୋଉ କହୁଥିବ , ବୁଲୁଛି ତ ବୁଲୁ ମୋ ପାଗଳା ହାତୀ ବୁଲୁଥାଉ ଜଙ୍ଗଲରେ , ଯେଯାଏ ପ୍ରଜାପତି ପଛରେ ଦୌଡ଼ୁଥିବ ବିତିବ ନାହିଁ ତା’ର ବାଳୁତ କାଳ ! ଇଏ କଣ କବିର ନା ପାଗଳର ଭାଗ୍ୟଫଳ !! ——-+++—————–+++——- #ପ୍ରତିଦିନ_ସକାଳ_ଖଟିରେ_ଯାହାଙ୍କ_ସହ_ଦେଖା_ହୁଏ_ଆଉ_ସେ_ଶ୍ରଦ୍ଧାରେ_ମୋତେ_ସମ୍ବୋଧନ_କରନ୍ତି ” #ପାଗଳା_ବାବା ” ,#ସେଇ_ପ୍ରଫେସର୍_ମହାନ୍ତିଙ୍କୁ_ସମର୍ପିତ)

McSweeney and Inglis Named in Test Squad for Border-Gavaskar Trophy: A New Chapter for Australian Cricket

କ୍ଷୀରୋଦ ପରିଡ଼ା

Exit mobile version