Site icon Explore Times

NO AVIANS WALK AT NANDANKANAN FROM JANUARY 28

ନନ୍ଦନକାନନର ପକ୍ଷୀ ବିହାର ବନ୍ଦ

ଭୁବନେଶ୍ବରରେ ବାର୍ଡ ଫ୍ଲୁ ଆତଙ୍କ । ୨୮ ତାରିଖରୁ ନନ୍ଦନକାନନର ପକ୍ଷୀ ବିହାର ବନ୍ଦ । ଏ ସଂପର୍କରେ ସୂଚନା ଦେଇଛନ୍ତି ପ୍ରାଣୀଉଦ୍ୟାନ । ତେବେ ନନ୍ଦନକାନନର କେବଳ ପକ୍ଷୀ ବିହାର ବନ୍ଦ ହେବ । କିନ୍ତୁ ନନ୍ଦନକାନନ ବନ୍ଦ ହେବ ନାହିଁ ବୋଲି ନନ୍ଦନକାନନର ଉପନିର୍ଦ୍ଦେଶକ ସ୍ପଷ୍ଟ କରିଛନ୍ତି। ପରବର୍ତ୍ତୀ ଆଦେଶ ନ ମିଳିବା ପର୍ଯ୍ୟନ୍ତ ବନ୍ଦ ରହିବ ପକ୍ଷୀ ବିହାର । ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକ ପକ୍ଷୀଙ୍କ ସଂସ୍ପର୍ଶରେ ଆସି ବାର୍ଡଫ୍ଲୁର ଶିକାର ହୋଇପାରନ୍ତି । ସେଥିପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଗୋଟିଏ ପଟେ କରୋନା ଭୂତାଣୁର ମୁକାବିଲା ସତର୍କ ରହିଛନ୍ତି ରାଜ୍ୟ ସରକାର । ସେପଟେ ଭୁବନେଶ୍ବରରେ ବାର୍ଡ ଫ୍ଲୁ ଦେଖାଦେଇଛି । ଓୟୁଏଟିରେ କୁକୁଡ଼ାଙ୍କ ମୃତ୍ୟୁ ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବାର୍ଡ ଫ୍ଲୁ ଆଶଙ୍କା କରି  କୁକୁଡ଼ାଙ୍କ ରକ୍ତ ନମୁନା କରିଥିଲେ । ଭୋପାଳ ଟେଷ୍ଟିଂ ଲ୍ୟାବ୍‌ରୁ  ରିପୋର୍ଟ  ପିଜିଟିଭ୍‌ ଆସିବା ପରେ କୁକୁଡା ବାର୍ଡ ଫ୍ଲୁ ଆକ୍ରାନ୍ତ ବୋଲି ସ୍ପଷ୍ଟ ହୋଇଛି । ଏହାପରେ ବାର୍ଡ ଫ୍ଲୁ ସଂପର୍କରେ ଓୟୁଏଟି ପକ୍ଷରୁ ସୂଚନା ଦିଆଯାଇଛି। ରାଜଧାନୀରେ ବାର୍ଡ ଫ୍ଲୁ ହୋଇଥିବା ସୂଚନା ମିଳିବା ପରେ ୨୮ ତାରିଖରୁ କୁକୁଡ଼ା ମରା ଅଭିଯାନ ଆରମ୍ଭ ହେବ । ସେପଟେ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଯଥାସମ୍ଭବ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷରେ ବାର୍ଡ ଫ୍ଲୁ ସଂପର୍କରେ କେନ୍ଦ୍ରକୁ ଅବଗତ କରାଯାଇଛି । ଓୟୁଏଟିରୁ ୧ କିମି ମଧ୍ୟରେ କୁକୁଡ଼ା ମାରିବାକୁ ପଦକ୍ଷେପ ନିଆଯାଇଛି। ଓୟୁଏଟି ଫାର୍ମରେ ଶତାଧିକ କୁକୁଡ଼ା ରହିଛି ।

Exit mobile version