ଗ୍ଲାମରସ ଲାଇଫ୍ ଷ୍ଟାଇଲ… ଅଭିନେତା, ତ୍ୟାନସର..ଛୋଟ ପରଦାରେ ବଡ଼ ନାଁ । ଫିଲ୍ମ ମଧ୍ୟ କରିଛନ୍ତି। ସବୁବେଳେ ରହୁଥିଲେ ଚର୍ଚ୍ଚାରେ । । ଯେ, ସେ ନିଜ ଜୀବନ, ନିଜେ ନେଇଗଲେ । ଘରେ ସେ ପଙ୍ଖାରେ ରଶି ଦେଇ ଆତ୍ମହତ୍ୟା କରିଛନ୍ତି । ଆପଣ ଜାଣିସାରିବେଣି ଆମେ କହୁଛୁ, କୁଶଲ ପଞ୍ଜାବୀଙ୍କ କଥା। ମାତ୍ର ୩୬ ବର୍ଷରେ ଆତ୍ମହତ୍ୟାକୁ ନେଇ ସ୍ତବ୍ଧ ସିନେଜଗତ । ମୃତଦେହ ନିକଟରୁ ଜବତ୍ ହୋଇଥିଲା ଦେଢ଼ ପେଜର ସୁଇସାଇଡ୍ ନୋଟ୍… ଯେଉଁଥିରେ ସେ ସ୍ପଷ୍ଟ କରିଛନ୍ତି, ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି । ସେ ତାଙ୍କ ସଂପତିକୁ ୨ ଭାଗରେ ଭାଗ କରିଛନ୍ତି । ୫୦ ପ୍ରତିଶତ ସଂପତିକୁ ଭଉଣୀ ଓ ବାପା,ମାଆଙ୍କ ନାଁରେ କରିଛନ୍ତି । ସେହିପରି ବାକି ୫୦ ପ୍ରତିଶତ ସଂପତିକୁ ସେ ନିଜ ୩ ବର୍ଷର ପୁଅ ନାଁର ଲେଖିଯାଇଛନ୍ତି । ତେବେ କୁଶଲଙ୍କ ନିକତମ ବନ୍ଧୁଙ୍କ ଅନୁସାରେ ନିଜ ପାରିବାରିକ ଜୀବନକୁ ନେଇ ଚିନ୍ତାରେ ଥିଲେ କୁଶଲ । ତାଙ୍କ ପତ୍ନୀଙ୍କ ସହ ସଂପର୍କ ଭଲ ନ ଥିଲା । ଏପରିକି ଦୁଇ ଜଣଙ୍କ ମଧ୍ୟରେ ବିବାହ ବିଚ୍ଛେଦ ସ୍ଥିତିରେ ପହଞ୍ଚି ସାରିଥିଲା । ଏହିସମସ୍ୟାକୁ ନେଇ ସେ ଆତ୍ମହତ୍ୟା କରିଥାଇପାରନ୍ତି । ଆପଣଙ୍କୁ କହି ରଖୁଛୁ ୨୦୧୫ରେ ଜଣେ ୟୁରୋପୀୟ ଝିଅଙ୍କୁ ବିବାହ କରିଥିଲେ । ଯାହାକୁ ନେଇ ବେଶ ଚର୍ଚ୍ଚା ମଧ୍ୟ ହୋଇଥିଲା । ମଡେଲିଂରୁ କ୍ୟାରିଅର ଆରମ୍ଭ କରିଥିବା କୁଶଲ ବେଶ ଭଲ ଡ୍ୟାନସର ବି ଥିଲେ । ରିଆଲିଟି ।ସୋରୁ ଆରମ୍ଭ କରି ଧାରାବାହିକରେ ସେ ନିଜର କଳାକାରୀ ଦ୍ବାରା ଫ୍ୟାନ ବେସ ତିଆରି କରିଥିଲେ ।