
କୁଆଡେ ଗଲା ମୋ ବୋଉ ??
ମନରେ ଯାର ଥିଲା ସଂସାର ପରିବାରର ଚିନ୍ତା ଅଥଚ ଆଖିରେ ତାର ଭରି ରହିଥିଲା ବଞ୍ଚି ବଞ୍ଚାଇବାର, ହସି ହସେଇବାର ଆଗ୍ନେୟ ପିପାସା
ସେ ବୋଉ ଆଉ ନାହିଁ !!
କୁଆଡେ ଗଲା ମୋ ବୋଉ ??
ହୃଦୟରେ ଅନେକ କଷ୍ଟକୁ ଚାପି ରାଗ ରୋଷକୁ ଭୁଲି ଯିଏ ଅନ୍ୟର ହୃଦୟରେ ପୋତୁଥିଲା ସ୍ନେହର ଚାରା…
ସବୁ ଦୁଃଖକୁ ଉତାରିବାକୁ, ସ୍ନେହ ଡୋରିରେ ସମସ୍ତଙ୍କୁ ବାନ୍ଧିବାକୁ
ସେ ବୋଉ ଆଉ ନାହିଁ !!
କୁଆଡେ ଗଲା ମୋ ବୋଉ ??
ତୀବ୍ର ଯନ୍ତ୍ରଣାର ଜ୍ୱାଳାକୁ ସହଜରେ ସହି ଅନ୍ୟ ପାଖରେ ହସ ଖାଲି ଫିଙ୍ଗି ଝର ଝର ଲୁହ ଧାରରେ ମଧ୍ୟ ଫୁଟାଇ ଦେଇ ପାରୁଥିଲା ଅନ୍ୟ ମନରେ ହସର ଲହରୀ..
ନିନ୍ଦା ଇର୍ଷାକୁ ଯେ ସହଜରେ ହଜମ କରି ନେଇ ଯେ ସହନର ମନ୍ତ୍ର ଶିଖାଉଥିଲା..
ଯେ ମନ ତଳର ଅକୁହା ବେଦନାକୁ ନିର୍ବିକାରରେ ପଢି ଦେଉଥିଲା …
ତା ପଣତରେ ସବୁ ଦୁଃଖ କଷ୍ଟକୁ ଆବୋରି ବସୁଥିଲା…
ସେ ବୋଉ ଆଉ ନାହିଁ !!
କୁଆଡେ ଗଲା ମୋ ବୋଉ ??
ଅନ୍ୟର ଲୁହକୁ ହାତରେ ପୋଛି ,ସର୍ବଦା ସମସ୍ତଙ୍କ ଲାଗି ଶୁଭ ମନାସୁଥିଲା ଠାକୁରଙ୍କ ପାଖେ ଶହେ ଦଣ୍ଡବତ କରି…
ସେ ବାଣ୍ଟି ବୁଲୁଥିଲା ଖାଲି ମୁଠା ମୁଠା ହରସ..
ଏତେ ବାଣ୍ଟି କୁଣ୍ଟି ସେ ନେଇ ଯାଇଛି ନିରବ ବିଦାୟ..
ସେ ଥିଲା ଯଥାର୍ଥରେ ନାରୀମାନଙ୍କ ଉଦାହରଣ…
ଖୋଜୁଥିଲା ନିତି ଜୀବନ ମରଣର ଅର୍ଥ ,ଯାହାର ବାକ୍ୟ ସର୍ବଦା ଦିପ୍ତିମୟ…ସେ ହିଁ କେବେଳ ମୋ ବୋଉ…ସେ ହିଁ କେବେଳ ମୋ ବୋଉ…..
-ପ୍ରଣତି