Explore Times

ମହାକାଶରେ କିଏ କରିବ ଇଡଲି ସମ୍ବର?

ମହାକାଶରେ ମିଳିବ ଇଡଲି ସମ୍ବର, ଉପମା ଆଉ ହାଲୱା

ଭେଜ ଆଉ ଅଣ୍ଡା ରୋଲ….

ପୁଲାଉ ସହ ନଡିଆ ଚଟଣୀ ବି ମିଳିବ

ଖାଇବା ବି ପୂରା ଗରମାଗରମ ମିଳିବ

ଆପଣ ଭାବୁଥିବେ ମହାକାଶରେ ଏମତି ଖାଇବା କିଏ ତିଆରି କରିବ?

ମହାକାଶଚାରୀ ଏତେ ପ୍ରକାରର ଖାଇବା ନିଜ ସାଙ୍ଗର କେମିତି ନେବେ?

ପୁଣି ଖାଇବାକୁ ଗରମ କେମିତି କରିବେ?

ଖାଇବା ଖରାପ ହେଇଯିବନି ତ?

କାରଣ ପୂର୍ବରୁ ତ ଏମିତି କେବେ ବି ଘଟନି

ଏଭଳି ପ୍ରଥମଥର ଘଟିବାକୁ ଯାଉଛି….ତେଣୁ ଏସବୁ ଆଗାମୀ ମହାକାଶ ମିଶନ ପାଇଁ ସାହାଯ୍ୟ କରିବ|

ପୃଥିବୀରୁ ବାହାରେ, ମହାକାଶରେ ଦେଶୀ ଖାଇବାର ମଜା | ଯେମିତି ସେମାନେ ପୃଥିବୀରେ ଖାଉଥିଲେ ଠିକ୍ ସେମିତି | ଏମିତି ୩୦ଟି ଡିସ୍ ପ୍ରସ୍ତୁତ ହୋଇଛି, ଖାସ୍ ଆମ ମହାକାଶଚାରୀଙ୍କ ପାଇଁ | ଗଗନୟାନ ପାଇଁ ଚାଲିଛି ଏଭଳି ପ୍ରସ୍ତୁତି| ଯାହାକୁ ରକ୍ଷା ଖାଦ୍ୟ ଅନୁସନ୍ଧାନ ପ୍ରୟୋଗଶାଳାରେ ପ୍ରସ୍ତୁତ କରାଯାଇଛି। ଅନ୍ତରୀକ୍ଷ ଯାତ୍ରୀଙ୍କ ଖାଦ୍ୟ ଗରମ କରିବାକୁ ଫୁଡ୍ ହିଟର ମଧ୍ୟ ଦିଆଯିବ। | ପିଇବା ପାଇଁ ପାଣି ସହ ଜୁସ୍ ବି ପଠାଯିବ | ମହାକାଶରେ ଗୁରୁତ୍ଵାକର୍ଷଣ ନ ଥାଏ ତେଣୁ ଗଗନୟାନ ଅଭିଯାନ ପାଇଁ ଏକ ଖାସ୍ କଣ୍ଟେନର ପ୍ରସ୍ତୁତ କରାଯାଇଛି। ଏହି ଖାଦ୍ୟ ସବୁ ଏହି କଣ୍ଟେନରରେ ନିଆଯିବ । ଏହା ଯେମିତି ଗୋଟିଏ ବର୍ଷ ରହିବ, ସେଭଳି ପ୍ରସ୍ତୁତ କରାଯିବ। କିନ୍ତୁ ପ୍ୟାକେଟ୍ ଖୋଲିବା ପରେ ଏହାକୁ ୨୪ ଣ୍ଟା ମଧ୍ୟରେ ହିଁ ଖାଇବାକୁ ପଡିବ। ଖାଦ୍ୟକୁ ଅଧା ଖାଇ ରଖାଯାଇ ପାରିବ ନାହିଁ। ଯେତେବେଳେ ଆପଣ ପ୍ୟାକେଟ୍ ଖୋଲୁଛନ୍ତି ସେହି ସମୟରେ ଏହା ସାମାନ୍ୟ ଖାଇବା ଭଳି ପରିମାଣର ହୋଇଯିବ। ଇସ୍ରୋ ୨୦୨୧ରେ ପ୍ରଥମ ଥର ପାଇଁ ମାନବଯୁକ୍ତ ଅନ୍ତରୀକ୍ଷ ମିଶନ ଗଗନୟାନ ପଠାଇବା ପାଇଁ ପ୍ରସ୍ତୁତି କରୁଛି। ଏଥିପାଇଁ ଇସ୍ରୋ ଦେଶରୁ ୪ ଜଣଙ୍କୁ ଚୟନ କରିଛି। ସମସ୍ତେ ପ୍ରଶିକ୍ଷଣ ପାଇଁ ଋଷିଆ ଗସ୍ତ କରିବେ। ଆଶା କରିବା ଭାରତର ଏ ମିଶନ ସଫଳ ହେଉ | ଆଉ ଆମ ମହାକାଶଚାରୀ ଭଲ ଖାଇବା ସହ ମିଶନକୁ ସଫଳ କରନ୍ତୁ |

Exit mobile version