GREEN SIGNAL FOR CUTTACK DURGA PUJA 2020

କଟକବାସୀଙ୍କ ପାଇଁ ଖୁସି ଖବର । ଏଥର ବି ହେବ ମାଆଙ୍କ ପୂଜା । ସହରର ବିଭିନ୍ନ ପୂଜା ମଣ୍ଡପରେ ଦୁର୍ଗାପୂଜା ହେବା ନେଇ କଟକ ଜିଲ୍ଲାପାଳଙ୍କ ସୂଚନା । ତେବେ ମଣ୍ଡପରେ ସାର୍ବଜନୀନ ଦୁର୍ଗାପୂଜାକୁ ଅନୁମତି ନାହିଁ । ମନ୍ଦିର ଭଳି ମଣ୍ଡପରେ ହୋଇପାରିବ ପୂଜା । ସବୁ ମଣ୍ଡପରେ ବିନା ଶ୍ରଦ୍ଧାଳୁରେ ମା’ ଦୁର୍ଗାଙ୍କ ପୂଜାକୁ ମିଳିଲା ଅନୁମତି । ସେପଟେ ଦୁର୍ଗାପୂଜା ନେଇ ପୂର୍ବାଞ୍ଚଳ ଶାନ୍ତି କମିଟି ସମ୍ପାଦକଙ୍କ ସୂଚନା । ଜିଲ୍ଲାପାଳଙ୍କ ନିଷ୍ପତ୍ତିକୁ ଆମେ ସ୍ବାଗତ କରୁଛୁ। ବିନା ଭକ୍ତରେ ମଣ୍ଡପରେ ହେବ ପୂଜା । ପୂଜା ୫ ଦିନ ସଟ୍‌ଡାଉନ୍‌ କରିବାକୁ କଲେ ଅନୁରୋଧ । ସୋସିଆଲ ମିଡିଆରେ ଅନଲାଇନ୍‌ ଦର୍ଶନ ବ୍ୟବସ୍ଥା କରିବାର ପ୍ରସ୍ତାବ ଦେଲେ ପ୍ରଫୁଲ୍ଲ ସାହୁ । କରୋନା କଟକଣା ଭିତରେ କଟକର ଐତିହାସିକ ଦୁର୍ଗାପୂଜା ହେବ । ଏ ନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାପାଳ କହିଛନ୍ତି, ଦୁର୍ଗାପୂଜା ମଣ୍ଡପ ଗୁଡ଼ିକରେ ସାଜସଜ୍ଜା ହେବ ନାହିଁ। ସେହିଭଳି ଲୋକଙ୍କର ଗହଳି ମଧ୍ୟ ହୋଇପାରିବ ନାହିଁ। ନିୟମ ନମାନିଲେ କଡ଼ାକାର୍ଯ୍ୟାନୁଷ୍ଠାନ ନିଆଯିବ।

Leave a Comment

Your email address will not be published. Required fields are marked *