Site icon Explore Times

BIRD FLU DETECTED IN BHUBANESWAR

ଭୁବନେଶ୍ବରରେ କୁକୁଡ଼ା ମରା

ଭୁବନେଶ୍ବରରେ ବାର୍ଡ ଫ୍ଲୁ ଆତଙ୍କ | ଆଜିଠୁ ଓୟୁଏଟିରେ କୁକୁଡ଼ା ମରା ଅଭିଯାନ | କୁକୁଡ଼ା ମାରିବାକୁ ୧୨ଟି ରାପିଡ୍‌ ରେସ୍‌ପନ୍ସ ଟିମ୍‌ ନିୟୋଜିତ ହୋଇଛନ୍ତି | ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟରେ ଥିବା କୁକୁଡ଼ା ଗବେଷଣା କେନ୍ଦ୍ରରେ ବାର୍ଡ ଫ୍ଲୁ ଆତଙ୍କ | ଲଗାତାର ତିନି ଦିନ ହେବ ଫାର୍ମରେ କୁକୁଡ଼ା‌ ମରୁଥିବା ଜଣାପଡ଼ିଥିଲା | ଯାହାକୁ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଓୟୁଏଟିରୁ ୧ କିଲୋମିଟର ଅଞ୍ଚଳକୁ ସଂକ୍ରମିତ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି । ଏହାସହ ୧୦ କିଲୋମିଟର ମଧ୍ୟରେ ଥିବା ଅଞ୍ଚଳକୁ ନିରୀକ୍ଷଣ ଅଞ୍ଚଳ ଭାବେ ଘୋଷଣା ହୋଇଛି। ସଂକ୍ରମଣ ଅଞ୍ଚଳ ମଧ୍ୟରେ ଆସୁଥିବା ସମସ୍ତ କୁକୁଡ଼ାଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର | ବାର୍ଡ ଫ୍ଲୁ ନିୟନ୍ତ୍ରଣ ସମ୍ପର୍କରେ ସୂଚନା ପାଇଁ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। କଟକର ମଙ୍ଗଳାବାଗର ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦେଶାଳୟ ପାଇଁ ରହିଥିବା ଟେଲିଫୋନ୍‌ ନମ୍ବର ହେଉଛି ‘୦୬୭୧-୨୪୧୪୩୧୦’ ଓ ଫାକ୍ସ ନମ୍ବର ‘୦୬୭୧-୨୪୧୪୭୩୯’ | ଭୁବନେଶ୍ବରସ୍ଥିତ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳର ନମ୍ବର ହେଉଛି ‘୦୬୭୪-୨୫୪୦୪୨୫’ ।

Exit mobile version