APEKHYA… Kamalakanta Nayak 5 years ago ଅପେକ୍ଷା... ଅପେକ୍ଷା ତୁମେ ଗଲା ପରେ ଫୁଟୁ ନାହିଁ ଫୁଲ ଏଇ ମନ ବଗିଚାରେ ଏମିତି ଲାଗୁଛି ଯେମିତି ନିଶ୍ବାସ ଅଟକି ଯାଇଛି ହୃଦୟର କେଉଁ ନିସ୍ତବ୍ଧ କୋଣରେ….ତଥାପି ତୁମକୁ ଅପେକ୍ଷା କରିଛି ଜାଣିନି ଫେରିବ କେଉଁ ଋତୁରେ ଦିନ ପରେ ଦିନ ଯାଏ ମାସ ପରେ ବର୍ଷ ଯାଏ ତଥାପି ଅଛି ମୁଁ ତୁମ ଅପେକ୍ଷାରେ…ପ୍ରତାରଣା ତୁମେ କରବନି କେବେ ସାଜିବନି ପ୍ରତାରକ ଦିନେ ନା ଦିନେ ଫେରିବ ଯେ ତୁମେ ଅଛି ମୋର ସେ ବିଶ୍ବାସ….. ପଥର ଥାଇ କି ହେବ କୁହନା ଗଢିହେବ କି ପୁନଃ କୋଣାର୍କ ସେହିପରି ଏତେ ଭିଡ ଭିତରେ ସବୁକିଛି ଲାଗେ ନିରବ ନିରବ…. ତୁମେ ଗଲା ପରେ ଜଳୁଛି ମୁଁ ଏକ ମହମବତୀ ପରି ଦିନ ପରେ ରାତି କାଟୁଛି ମୁଁ ଖାଲି ଲୁହ ଢାଳି ଢାଳି……… ତଥାପି ମୋର ସରିନି ଅପେକ୍ଷା ଚାହିଁ ରହିଛି ମୋ ହୃଦୟ ସାମୁକା ଫେର କି ନ ଫେର ତୁମେ ଜୀବନ ଥିବା ଯାଏ କରିବି ଅପେକ୍ଷା