୪୫ ଦିନ ପାଇଁ ରାଜମହଲ ଛକକୁ ସ୍ଥାନାନ୍ତର ହେଲା ଭୁବନେଶ୍ବରର ୧ ନଂ ପରିବା ହାଟ| ଆଜିଠାରୁ ଦେଢ଼ ମାସ ଅର୍ଥାତ୍ ୪୫ ଦିନ ପର୍ଯ୍ୟନ୍ତ ୧ ନମ୍ବର ହାଟକୁ ରାଜମହଲ ଛକକୁ ଉଠାଇ ନିଆଯାଇଛି | ଏ ନେଇ ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ହାଟରେ ପରିବା ପାଇଁ ପ୍ରବଳ ଗହଳି ହେଉଥିବାରୁ ଏଭଳି ନିଷ୍ପତି ନେଇଛି ଭୁବନେଶ୍ବର ମହାନଗର ନିଗମ | ଆଜିଠାରୁ ପରିବା ବ୍ୟବସାୟୀ ଏଜି ଛକରୁ ରାଜମହଲ ଛକ ପର୍ଯ୍ୟନ୍ତ ବସିବେ। ଲୋକେ ସାମାଜିକ ଦୂରତ୍ବ ରକ୍ଷା କରି କିଣାବିକା କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛି ପ୍ରଶାସନ | ଏଥିରେ ଅବହେଳା କରିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି।