Odisha government schools to have ‘Spoken English’ from class I

ପ୍ରଥମରୁ ଇଂରାଜୀ

ଓଡ଼ିଆ ସ୍କୁଲରେ ପ୍ରଥମରୁ ଇଂରାଜୀ | କେବଳ ପଢ଼ାହେବନି ସ୍ପୋକେନ ଇଂଲିଶ କ୍ଲାସ ମଧ୍ୟ ନିଆଯିବ | ସରକାରୀ ସ୍କୁଲକୁ ନୂଆ ରୂପ ଦେବାକୁ ରାଜ୍ୟ ସରକାରଙ୍କର ଏଭଳି ନିଆରା ଯୋଜନା |

ଏହାସହ ରାଜ୍ୟର ସବୁ ଜିଲ୍ଲାରେ ୧୦୧ ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହି ସ୍କୁଲରେ ପ୍ରଥମ ଶ୍ରେଣୀରେ ସ୍ପୋକେନ ଇଂଲିଶ ପାଇଁ ନୂଆ ସେକ୍ସନ ମଧ୍ୟ କରାଯିବ । ଏହି ସ୍କୁଲରେ ଭିତ୍ତିଭୂମିର ବିକାଶ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଦିଆଯିବ | କିଛି ଦିନ ତଳେ ପ୍ରଥମ ଶ୍ରେଣୀରୁ ଇଂଲିଶ ଶିକ୍ଷା ଦେବା ନେଇ ଘୋଷଣା ହେବା ପରେ ଏବେ ପ୍ରଥମ ଶ୍ରେଣୀରୁ ସ୍ପୋକେନ ଇଂଲିଶ କ୍ଲାସ ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ସ୍କୁଲର ଭିତ୍ତିଭୂମି ବିକାଶ ପାଇଁ ମଧ୍ୟ ଅର୍ଥରାଶି ଘୋଷଣା କରାଯାଇଛି । ସେହିପରି ୨୦ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ବନ୍ଦ କରି ଏହାକୁ ନିକଟସ୍ଥ ସରକାରୀ ସ୍କୁଲରେ ମିଶାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଅନ୍ୟ ସ୍କୁଲକୁ ସ୍ଥାନାନ୍ତର ପାଇଁ ଛାତ୍ରାଛାତ୍ରୀଙ୍କୁ ସର୍ବାଧିକ ୫୦୦୦ ଟଙ୍କା ସ୍ଥାନାନ୍ତର ଭତ୍ତା ଦେବେ ରାଜ୍ୟ ସରକାର।

Leave a Comment

Your email address will not be published. Required fields are marked *