CUTTACK OVERTAKE GANJAM IN ACTIVE POSITIVE CASE

ଆକ୍ଟିଭ କୋରୋନା ଆକ୍ରାନ୍ତଙ୍କ ସଂଖ୍ଯାରେ ଗଞ୍ଜାମକୁ ପଛରେ ପକାଇଛି କଟକ । ଖୋର୍ଧା ପରେ ଏବେ ସଂକ୍ରମଣରେ ଗଞ୍ଜାମକୁ ପଛରେ ପକାଇଦେଇଛି କଟକ ଜିଲ୍ଲା । ରବିବାର ସକାଳ ସୁଦ୍ଧା କଟକେ ଆକ୍ଟିଭ କୋରୋନା ପଜିଟିଭଙ୍କ ସଂଖ୍ୟା ୧୭୩୩ ଥିବା ବେଳେ ଗଞ୍ଜାମରେ ଆକ୍ଟିଭ ପଜିଟିଭଙ୍କ ସଂଖ୍ଯା ୧୭୨୦ ରହିଛି । ସେହିପରି କଟକରେ ପଜିଟିଭଙ୍କ ସଂଖ୍ୟା୫୧୭୪ ରହିଛି । ସେପଟେ ଗତ ୩ ଦିନ ଭିତରେ କଟକ ଏସସିବି ପାଇଁ ଚିନ୍ତା ବଢିଛି । ବିଭିନ୍ନ ବିଭାଗର ୪ ବରିଷ୍ଠ ପ୍ରଫେସର କରୋନାରେ ସଂକ୍ରମିତ ହୋଇଛନ୍ତି । ଶନିବାର ସଂଧ୍ୟା ସୁଦ୍ଧା ୬ ଜଣ ଡାକ୍ତରଙ୍କ ସଂକ୍ରମଣ ସଂପର୍କରେ ରିପୋର୍ଟ ଆସିଥିଲା । ସେହିପରି ୫୨ ଜଣ ଡାକ୍ତର ସଂକ୍ରମିତ ହୋଇଥିବା ସୂଚନା ମିଳୁଛି । ପୂର୍ବରୁ ନେଫ୍ରୋଲୋଜି ବିଭାଗର ଦୁଇ ଜଣ ପ୍ରଫେସର ଓ ଅନ୍ୟ ବିଭାଗର ଜଣେ ବରିଷ୍ଠ ପ୍ରଫେସର ସଂକ୍ରମିତ ହୋଇଥିଲେ । ସେପଟେ ଶନିବାର ଗୋଟିଏ ଦିନରେ ଦନ୍ତ ମହାବିଦ୍ୟାଳୟର ବରିଷ୍ଠ ପ୍ରଫେସର ତଥା ପଦାଧିକାରୀଙ୍କ ସମେତ ୬ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେପଟେ ରାଉରକେଲାରୁ ଆସିଛି ଦଃଖଦ ଖବର । ରାଉରକେଲାର ଜଣେ ଜଣାଶୁଣା ଡାକ୍ତରଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ରାଉରକେଲା ସରକାରୀ ଡାକ୍ତରଖାନାରୁ ଅବସର ନେବା ପରେ ବି ଶଲ୍ୟ ବିଭାଗର ଡାକ୍ତର ଭାବେ କାମ କରୁଥିଲେ ।

Leave a Comment

Your email address will not be published. Required fields are marked *