ଅପରାହ୍ନ ସୂର୍ଯ୍ୟର ତିର୍ଯକ୍ କିରଣ ଦିଗ୍ବଳୟ ପ୍ରସାରି ସବୁକ ପ୍ରାନ୍ତର, ଅନାବନା ଫୁଲ ଫୁଟି ଥିବା ଗଛସବୁକୁ ଏକ ଉଜ୍ବଳ ସ୍ବର୍ଣ୍ଣାଭ ଛିଟାରେ ଚିତ୍ରିତ କରୁଥିଲା | ମାତ୍ର ସବୁଠାରୁ ଉଜ୍ବଳ ଦିଶୁଥିଲେ,ସେଠାରେ ଉଡ଼ି ବୁଲୁଥିବା ରଙ୍ଗୀନ ଚିତ୍ରିତ ପ୍ରଜାପତିମାନେ | ବିଭିନ୍ନ ରଙ୍ଗ ଓ ଆକୃତିର ହୋଇଥିଲେ ମଧ୍ୟ ସମସ୍ତେ ଏକା ପରି ଖୁବ୍ ମନଲୋଭା ଦିଶୁ ଥିଲେ।
ସେଥିରୁ ଗୋଟିଏକୁ ଧରି ପାରନ୍ତା ହେଲେ! ପ୍ରଜାପତିଟିଏ ଧରିବା ପାଇଁ ପିଲାଟି ଅଣନିସ୍ବାଶୀ ହୋଇ ସେମାନଙ୍କ ପଛରେ ଧାଇଲା । କିଛିଟା ଚେଷ୍ଠା ପରେ ପ୍ରଜାପତିଟେ ଧରି ମଧ୍ୟ ଦେଲା| ମାତ୍ର ଅଦୁର ଘାଷଫୁଲରେ ବସି ଥିବା ପ୍ରକାପତିଟି ବୋଧେ ଥିଲା ଅଧିକ ଆକର୍ଷଣୀୟ ଓ ଅଧିକ ରଙ୍ଗୀନ । ଆଉ ସେଇଟି ଧରିବା ପାଇଁ ପିଲାଟିକୁ ହାତରେ ଧରି ଥିବା ପ୍ରଜାପତିଟିକୁ ଉଡାଇ ଦେବାକୁ ହୋଇଥିଲା । ପ୍ରଜାପତିଟି ଉଡ଼ିଗଲା । ଆଉ ତା’ ହାତରେ ଲାଗି ରହି ଥିଲା ସେଇ ପ୍ରଜାପତି ଡେଣାର କିଛି ରଙ୍ଗ ।
ପିଲାଟି ଧାଇଁ ଯାଇଥିଲା ସେଇ ଘାସଫୁଲରେ ବସି ଥିବା ପ୍ରଜାପତି ପଛରେ । ନାଁ, ତା’ ଠାରୁ ମନଲୋଭ। ସେଇଟା, ନା, ବୋଧ ହୁଏ ସେଇଟା । ପିଲାଟି ପ୍ରଜାପତିମାନଙ୍କ ପଛରେ ଖୁବ ଧାଇଁଲା । ଅନେକ ଧରିଲା ଓ ଅନେକଙ୍କୁ ବାଧ୍ୟ ହୋଇ ଭଡ଼ାଇ ଦେଲା | ଆଉ ଏକ ମନୋଲୋଭା ପ୍ରଜାପତି ଧରିବା ପାଇଁ ।
ସଞ୍ଜ ନଇଁ ନଇଁ ଆସୁଥିଲା ଓ ପ୍ରଜାପତିସବୁ ମଧ୍ୟ ଦୃଷ୍ଟିରୁ ଅନ୍ତର ହୋଇ ହୋଇ ଯାଉଥିଲେ । ଅଗତ୍ୟା ହାତରେ ପ୍ରଜାପତିଟିଏ ଧରି ପିଲାଟି ଘରକୁ ଫେରିବା ପାଇଁ ବାଧ୍ୟ ହୋଇଥିଲା । ହାତରେ ଧରିଥିବା ପ୍ରଜାପତିଟି ଏବେ ତାକୁ ଆଉ ଆକର୍ଷଣୀୟ ଲାଗୁ ନଥିଲା। ଲାଗୁଥିଲା, ବୋଧେ ପୂର୍ବ ପ୍ରଜାପତି ନା ବୋଧେ ସେଇଆଗଟା, ନା ଆର ପ୍ରଜାପତିଟା ବୋଧେ ଏହାଠାରୁ ଅଧିକ ଆକର୍ଷଣୀୟ ଥିଲା । ଏବେ ପିଲାଟି କେବଳ ଦେଖୁଥିଲା |ତା ହାତରେ ଲାଗି ରହିଥିବା ଅନେକ ପ୍ରଜାପତିଙ୍କ ଡେଣାର ବିଭିନ୍ନ ରଙ୍ଗକୁ, ଯେଉଁ ମାନଙ୍କୁ ସେ ଧରିଥିଲା ଓ ଆଭ ଅଧିକ ସୁନ୍ଦର ପ୍ରଜାପତିଟିଏ ପାଇବା ଆଶାରେ ଛାଢି ମଧ୍ୟ ଦେଇଥିଲା ।
ବାଃ! ଶୁଭମ୍ । ଆଜି ସାତ୍ବେ ଆଶମାନରେ । ହଁ, ଆଜି ତା’ ବାହାଘର ଠିକ୍ ହୋଇ ଯାଇଛି ଯ ମାନେ ପୁରା ପ୍ରକ୍କା । ନ ହେଲେ ଏବେ ଝିଅ ଦେଖି ଦେଖି ମଧ୍ୟ କିଛି ହୋଇ ପାରୁ ନଥିଲା । ତାକୁ ପ୍ରାୟତଃ ସବୁ ଝିଅ ଭଲ ଲାଗୁଥିଲେ| ମାନେ ତା’ ପାଇଁ ସମ୍ପୂର୍ଣ୍ଣ ଉପୟୁକ୍ତ | କିନ୍ତୁ କେବେ ଜାତକ ପଡୁ ନଥିଲା, ତ କେବେ ବାପା ଓ ଭଉଣୀଙ୍କୁ ପସନ୍ଦ ହେଉ ନଥିଲା | ବୋଉ କଥା ତ ଛାଡ । ତା’ ପାଇଁ କିଏ ଟିକିଏ କଳା ଓ କିଏ ଟିକିଏ ମୁଖି ଦାନ୍ତୁରୀ । କିଏ ପୁଣି ବାଙ୍ଗିରୀ ତ କିଏ ମୋଟା |
ଗଲା ଥର ସେଇ ଝିଅଟି ଶୁଭଙ୍କୁ କେତେ ଭଲ ଲାଗିଥିଲା। ସେଇଠି ବାହା ହୋଇ ଥିଲେ ତା’ ବାହାଘରକୁ ଛି ମାସ ପୁରନ୍ତାଣି । କିନ୍ତୁ ବୋଉକୁ ଲାଗିଲା ଝିଅର କପାଳ ଟିକିଏ ଉଚ୍ଚା । ଉଚ୍ଚ କପାଳୀ ଘଇତା ଖାଇ । ତେଣୁ ସେ ଝିଅକୁ ନାଚକ କରି ଏଇଠି ବୋଉ ତା ଅମରତ୍ବ ନିଶ୍ଚିତ ଭାବରେ ପକ୍କା କରି ଦେଇଥିଲା |
ସେ ଯାହା ହେଉ, ଏବେ ଯିଏ ତା’ ଜୀବନକୁ ଆସିବାଟା ନିଶ୍ଚିତ ସେ ବୋଧେ ସବୁ ଝିଅଙ୍କ ଠାରୁ ପ୍ରକୃଷ୍ଠା, ଏମିତି ଶୁଭମକୁ ଲାଗୁଥିଲା। (ଏମିତି ଅବଶ୍ୟ ପ୍ରତ୍ୟକ ଥର ଝିଅଦେଖା ବେଳେ ତାକୁ ଲାଗେ ।) ସତରେ ସସ୍ମିତା ଗୋରା, ସ୍ବାସ୍ଥ୍ୟବତୀ, ମାନେ ସୁନ୍ଦରୀ, ଶିକ୍ଷିତା (ଅବଶ୍ୟ ଆଜି କାଲି ଯେଉଁ ସବୁ ଶିକ୍ଷାନୁଷ୍ଠାନମାନ ଖୋଲୁଛି, ତେଣୁ ଗାଈଗୋରୁ ମଧ୍ୟ ଡିଗ୍ରୀବାଲା ହେଲେଣି ।), ଇଂରାଜୀ ମଧ୍ୟ ଫଟ୍ ଫାଟ କହି ପାରେ । ଉଚ୍ଚ ମଧ୍ୟବିତ୍ତ ପରିବାରର ଗୋଟିଏ ବୋଲି ଝିଅ, ତଳେ ଭାଇ ଟିଏ । ସେଥିପାଇଁ ଦାଣ୍ଡ ସୁନ୍ଦର ମଧ୍ୟ… ତେଣୁ ସସ୍ମିତା ହିଁ ବେଷ୍ଟ ।
ଶୁଭମ୍ ମନରେ ଏବେ ଖାଲି ଗୋଟିଏ ଚିନ୍ତା, କେମିତି ଶିଘ୍ର ନିର୍ବନ୍ଧଟା ହେବ । କାଳେ ଏ ବି ହାତରୁ ଖସି ଯିବ। କାରଣ ତା’ ପରି ଆହୁରି ଅନେକ ଉପଯୁକ୍ତ ପାତ୍ର ମଧ୍ୟ ଅଛନ୍ତି… ତେଣୁ ଏ ଅଘଟଣକୁ ଏଡେଇବା ପାଇଁ ପାତ୍ରୀ ଠିକ୍ ହେବା ପରଠାରୁ ସେ ସସ୍ମିତା ସହ ଫୋନରେ ଅବିଳମ୍ବେ ବାର୍ତ୍ତାଳାପ ଆରମ୍ଭ କରି ଦେଲା । ଏବେ ତ ଫୋରେ ତା’ ମାର୍ଜିତ ବ୍ୟବହାରର ପ୍ରମାଣ ଦେବା ହୋଇ ଯିବ । ଆଉ ଦୁଇରେ, ଆରରୁ ପରସ୍ପର ଅନ୍ୟର ପସନ୍ଦ ନାପସନ୍ଦ ଜାଣିବା ମଧ୍ୟ ହୋଇ ଯିବ । ଆଉ ପରସ୍ପରକୁ ପ୍ରଥମରୁ ଜାଣି ଦେଲେ ଭବିଷ୍ୟତ ପୁରା ବାଧାଶୂନ୍ୟ ଯାହା କହନ୍ତି ସୁରୁଖୁରୁରେ ଆଗେଇ ଯିବ ତା’ ସ୍ବପ୍ନ ପରି। ଯୋଜନାବଦ୍ଧ ଜୀବନଟା |
ଯାହା ହେଉ ନିର୍ବନ୍ଧଟା ନିର୍ବିଘ୍ନରେ ସରି ଗଲା । ସେ ଦିନ ସସ୍ମିତାକୁ ମୁଦି ପିନ୍ଧାଇଲା ବେଳେ ଶୁଭକୁ ଲାଗିଥିଲା ଯେପେରି ସସ୍ମିତାକୁ ସେ ଶିକୁଳିବଦ୍ଧ କରି ଦେଲା । ଆଉ ଖସି ଯିବାର ଡର ନାହିଁ ।
ଆଜି କାଲିକା ପରି ଶୁଭମ ଓ ସସ୍ମିତା ବୁହେଁ ମିଶି ତାଙ୍କ ବାହାଘରର ସବୁ ପ୍ଲାନିଙ୍ଗ କରୁଥିଲେ । ସେତେ ବେଳେ ଶୁଭମ୍ ତା’ ପୁ ଦୁନିଆର ମଜବୁତ ମୂଳଦୂଆକୁ ଅନୁଭବ କରୁଥିଲା । ବାହାଘର ପାଇଁ କିଣା କିଣି ମଧ୍ୟ ଏକ ରକମର ଦୁହେଁ ମିଶି କରୁଥିଲେ।| ସସ୍ମିତାର ଉପସ୍ଥିତି ଶୁଭମ୍ ଭିତରେ ଉଷ୍ଣତାର ଏକ ସ୍ରୋତ ବୁହାଇ ଦିଏ। କିନ୍ତୁ ଏତେ ଏକାନ୍ତ ମୁହୁର୍ତ୍ତ ପାଇ ମଧ୍ୟ ସେ ସଜ୍ଜିତାକୁ ସ୍ପର୍ଶ ସୁଦ୍ଧା କରେନି। ଏସବୁ ପଛରେ ମଧ୍ୟ ଶୁଭମର ଖୁବ ସୁନ୍ଦର ଯୋଜନାଟିଏ ଲୁଚି ରହିଥାଏ । ମାନେ ପୁରା ଗୋଟିଏ ତୀରରେ ଦୁଇଟି ଶୀକାର । ଏକେ ତ ସସ୍ମିତା ତା’ର ନିର୍ମଳ ଭାବମୁର୍ତ୍ତିର ପ୍ରମାଣ ପାଇ ଯିବ, ଆଭ ନିଜେ ଶୁଭମ ସବୁ ରୋମାଂଚକୁ ବାନ୍ଧି ରଖିଛି ତା’ର ପ୍ରଥମ ରାତିର ପ୍ରଥମ ସ୍ପର୍ଶକୁ ଏକ ଅଦ୍ଵିତୀୟ ଅନୁଭବରେ ପରିଣତ କରିବା ପାଇଁ ।
ବାପା ମା’ଙ୍କର ଗୋଟିଏ ବୋଲି ପୁଅ। ତେଣୁ ଶୁଭମର ବାହାଘର ବଡ ଧୁମ୍ ଧାମରେ ହୋଇଗଲା । ଆଉ ତା’ ପରେ ଶୁଭମ୍ବର ସେହି ବହୁ ପ୍ରତିକ୍ଷିତ ରାତିଟି ମଧ୍ୟ ଆସିଗଲା ।
ଫୁଲ ଶେଯରେ ଓଢ଼ଣା ଦେଇ ସସ୍ମିତା ବସିଥିଲା । ନବବଧୂ ରୂପରେ ସେ ଖୁବ୍ ସୁନ୍ଦର ଦିଶୁଥିଲା । ଶୁଭମକୁ, ଲାଗୁଥିଲା, ସତେ ଯେପେରି ସେ ଏଇ ସସ୍ମିତାକୁ ଜୀବନରେ ପ୍ରଥମ ଥର ପାଇଁ ଦେଖୁଛି, ଯିଏକି ରୁପେଲି ପରଦା କିମ୍ବା କେଉଁ ଏକ ପତ୍ରିକା ପୃଷ୍ଠାରୁ ତା’ ଶୋଇବା ଘରକୁ ଓହ୍ଲାଇ ଆସିଛି । ଶୁଭମ୍ ଦରଜା ବନ୍ଦ କରି ଫୁଲ ଶେଯରେ ସସ୍ମିତା ପାଖକୁ ଲାଗି ବସିଗଲା।
ଯୋଜନା ମୁତାବକ ଶୁଭମ୍ ପ୍ରଥମେ ସସ୍ମିତା ହାତକୁ ନିଜ ହାତରେ ତୋଳି ଧରି ସେଥିରେ ଚୁମାଟିଏ ଆଙ୍କି ଦେଲା । ହେଲେ, ଆରେ ଏ କ’ଣ ! ତାକୁ ଏପରି କାହିଁକି ଲାଗୁଛି ? କାହିଁକି ଦଶ ବର୍ଷ ତଳର ସେଇ ସ୍ପର୍ଶ ତା’ ମସ୍ତିଷ୍କରେ ବିଦ୍ୟୁତ ପରି ଖେଳି ଯାଉଛି ?
ରୁମିର ସେଇ ସୁକୋମଳ ହାତର ସ୍ପର୍ଶ ଏତେ ବର୍ଷ ପରେ କାହିଁକି ଆଜି ଶୁଭମର ମନେପଡ଼ୁଛି? ରୁମି,ସେଇ ରୁମି, ଯିଏ କି ପୃଥିବୀରେ ଜଣେ ହିଁ ଥାଇପାରେ | ରୁମି ପାଇଁ ଶୁଭମ ଥିଲା ପୃଥିବୀ,କିନ୍ତୁ ଶୁଭମ ପାଇଁ ତ ସେ ଥିଲା କେବଳ…ଓଃ!…
ଏ ଭାବନାରୁ ଶୁଭମକୁ ମୁକୁଳିବାକୁ ପଡ଼ିବ | ନ ହେଲେ ସସ୍ମିତା ତାକୁ କଣ ଭାବିବ? ଅଜାଣତରେ ତା ହାତରୁ ସସ୍ମିତାର ହାତ କେତେ ବେଳୁ ଖସି ଯାଇଥିଲା | ସେ ନିଜକୁ ସମ୍ଭାଳିବାକୁ ଯାଇ ତଳକୁ ମୁଣ୍ଡ କରି ଏକ ଗଭୀର ଶ୍ବାସ ନେଲା ବେଳକୁ ସସ୍ମିତାର ଅଳତା ରଞ୍ଜିତ ପାଦ ଉପରେ ତା ଆଖି ପଡ଼ିଗଲା |
କିନ୍ତୁ..କିନ୍ତୁ.. ଜ୍ୟୋତିର ପାଦ ଥିଲା ଅନନ୍ୟ, ଅଦ୍ବିତୀୟ| ଜ୍ୟୋତି, ହିଁ ସେଇ ଜ୍ୟୋତି ଯିଏ ଉନ୍ମୁକ୍ତ ଝରଣା ପରି| ଖିଲ ଖିଲ ହୋଇ ହସିଦିଏ ଆଉ କଥା କଥାକେ ପୃଥିବୀ ଭସାଇ କାନ୍ଦି ପକାଏ | ତାର ସେଇ ଲୁହ ଛଳ ଛଳ ଆଖି…
ଓଃ ! ଏସବୁ ତା ସହ କଣ ହେଉଛି ? କିଛି ବୁଝି ପାରୁ ନ ଥିଲା ଶୁଭମ | “ଆରେ କଣ ହେଲା” ? ସସ୍ମିତା ପ୍ରଶ୍ନରେ ଶୁଭମ ସଚେତ ହେଲା | ସେ ତାର ଏ ବହୁ ପ୍ରତି&ିତ ରାତିଟିକୁ କଣ କରିବାକୁ ଯୋଜନା କରିଥିଲା, ହେଲେ ତା ସହ ଏ ସବୁ କଣ ହେଉଛି!
“ନା, କିଛି ନାହିଁ | ବାହାଘର ହୋ ହଲ୍ଲାରେ ଟିକିଏ ହାଲିଆ ଲାଗୁଛି “| ନିଜକୁ ଭିତରୁ ସମ୍ଭାଳିବାକୁ ଚେଷ୍ଟା କରୁଥିଲା ଶୁଭମ |
ଶୁଭମ ସସ୍ମିତାର ଓଢ଼ଣି ଉଠାଇ ହାତରେ ତା ସୁସଜ୍ଜିତ ଝଲ ମଲ ମୁହଁକୁ ତୋଳି ଧରିଲା | ସତରେ ସସ୍ମିତା ନବବଧୂ ବେଶରେ ଭାରି ସୁନ୍ଦର ଦିଶୁଥିଲା | ତାକୁ ନିଜର ଛାତିରେ ଆଉଜେଇ ନେଇ ଶୁଭମ ବିଗତ ଦିନର ସ୍ମୃତି ସବୁକୁ ପଛରେ ପକାଇ ଦେବ |
କିନ୍ତୁ ଏ କଣ! ଆଜି କାହିଁକି ଭାରି ମନେ ପଡ଼ୁଛନ୍ତି ସେଇ ରୁମି, ଜ୍ୟୋତି, ସୋନାଲୀ,ଆରତୀ ଆଉ, ଆଉ ଯେଉଁ କେତେଟା ନାଁ ଠିକ୍ ଭାବରେ ମନେ ପଡ଼ୁନି…|
ଶୁଭମ ଆଖି ଆଗରେ ପିଲାବେଳ କଥା ନାଚି ଯାଉଥିଲା | ମାମୁଁଘର ଗାଁରେ ସେଇ ଦିଗବଳୟ ପ୍ରସାରି ଦୁଇ ପଡ଼ିଆ, ସୂର୍ଯ୍ୟର ତିର୍ଯକ୍ କିରଣରେ ରଙ୍ଗ ବେରଙ୍ଗ ଡେଣା ଝଲସାଇ ଉଡ଼ି ବୁଲୁଥିବା ପ୍ରଜାପତିମାନେ, ତାର ସବୁଠାରୁ ସୁନ୍ଦର ପ୍ରଜାପତି ଧରିବାକୁ ଯାଇ ନିରାଶ ହେବା | ଆଉ ସେ ଧରି ଛାଡ଼ି ଦେଇଥିବା ପ୍ରଜାପତିଙ୍କ ଡେଣାର ବିଭିନ୍ନ ରଙ୍ଗ ତା ହାତରେ ଲାଗି ରହିଥିବା | ଆଉ…
ସ୍ବାଗତିକା ସେଠୀ
୧୦୫-ଏ,କେଶରୀ ନେକଲେଭ
ୟୁନିଟ-୮,ନୂଆପଲ୍ଲୀ
ଭୁବନେଶ୍ବର-୭୫୧୦୧୨