PETA Award Honours #Odisha CM #NaveenPatnaik
ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିବ “ହିରୋ ଅଫ୍ ଆନିମଲ” ପୁରସ୍କାର ! ଏହି ପୁରସ୍କାର ଦେବ ପେଟା ଇଣ୍ଡିଆ ! ସାରା ଦେଶରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରି ସମ୍ମାନର ହକଦାର ହୋଇଛି ଓଡ଼ିଶା ! କରୋନା ଲକ୍ଡାଉନ୍ ସମୟରେ ରାଜ୍ୟରେରେ ଥିବା ବୁଲା ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଇବା ଲାଗି ସ୍ବତନ୍ତ୍ର ବ୍ୟବୟବରାଦ କରି କେବଳ ଦେଶ ମଧ୍ୟରେ ନୁହେଁ, ସାରା ବିଶ୍ୱରେ ଉଚ୍ଚ ପ୍ରଶାଂସିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ! ଏଥିପାଇଁ ଅନ୍ତର୍ଜାତୀୟ ପଶୁସେବା ସଂସ୍ଥାନ ପିପୁଲ୍ ଫର୍ ଦ ଏଥିକାଲ ଟ୍ରିଟ୍ମେଣ୍ଟ ଅଫ୍ ଆନିମଲ୍ସ (PETA) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରାଯିବ ! ପେଟର ଅଫିସିଆଲ ୱେବସାଇଟରେ ଏହି ସୂଚନା ଦେଇଛନ୍ତି ପେଟାର ଭାରତ ସିଇଓ ଡକ୍ଟର ମଣିଲାଲ୍ ଭାଲିୟାତେ ! ଜନବସତିରେ ରହୁଥିବା ପଶୁପକ୍ଷୀ ହୋଟେଲ, ଦୋକାନ ବଜାରରେ ଫିଙ୍ଗା ହେଉଥିବା ଖାଦ୍ୟ ଉପରେ ନିର୍ଭର କରିନ୍ତି ! ଲକକ୍ଡାଉନ୍ ସମୟରେ ଦୋକାନବଜାର ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ ଲୋକାମନେ ମଧ୍ୟ ଘରୁ ବାହାରୁ ନାହାନ୍ତି ! ଏଭଳି ସମୟରେ ବୁଲା ପଶୁପକ୍ଷୀ ଭୋକରେ ବଞ୍ଚୁଛନ୍ତି ! ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ କୃତଜ୍ଞ ଯେ ସେ ଏହି ବୁଲା ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଣ ନିମନ୍ତେ ସ୍ବତନ୍ତ୍ର ପାଣ୍ଠି ଦେଇଛନ୍ତି ! ସେଥିପାଇଁ ତାଙ୍କୁ ପେଟା ପକ୍ଷରୁ ସମ୍ମାନିତ କରାଯିବ ବୋଲି ପେଟା ଇଣ୍ଡିଆ ସିଇଓ ସୂଚନା ଦେଇଛନ୍ତି ! ସମ୍ମାନ ସ୍ବରୂପ ମୁଖ୍ୟମନ୍ତ୍ରୀ ପେଟା-ଭାରତ ଠାରୁ ଏକ ସମ୍ମାନଫଳକ ଓ ପ୍ରଶଂସାପତ୍ର ଗ୍ରହଣ କରିବେ ! ସାରା ଦେଶରେ ଲକଡାଉନ ଚାଲିଥିବାରୁ କେବେ ସମ୍ମାନିତ କରାଯିବ ତାରିଖ ସ୍ଥିର ହୋଇନାହିଁ ! କିଛିଦିନ ତଳେ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ରାଜ୍ୟର ୫ ମହାନଗର ଓ ୪୮ଟି ପୌରାଞ୍ଚଳରେ ପଶୁପକ୍ଷୀଙ୍କୁ ଖାଦ୍ୟଯୋଗାଣ ପାଇଁ ୫୪ ଲକ୍ଷ ଟଙ୍କାର ବ୍ୟୟବରାଦ କରିଛନ୍ତି COVID-19 Lockdown: PETA To Honour Odisha CM For Funds Allocation To Feed Animals
allocation of Rs 54 lakh from the Odisha Chief Minister’s Relief Fund to feed animals in five municipal corporations and 48 municipalities of Odisha during the coronavirus lockdown, People for the Ethical Treatment of Animals (PETA) India will present Chief Minister Naveen Patnaik with a ‘Hero to Animals Award’ for his act of compassion.