Second COVID-19 Patient Discharged From AIIMS

ସୁସ୍ଥ ହେଲେ ରାଜ୍ୟର ଦ୍ବିତୀୟ କରୋନା ଆକ୍ରାନ୍ତ

ଓଡ଼ିଶା ଦିବସରେ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର

ଓଡ଼ିଶା ଦିବସରେ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର | ସୁସ୍ଥ ହୋଇ ଘରକୁ ଫେରିଲେ ଦ୍ବିତୀୟ କରୋନା ଆକ୍ରାନ୍ତ | ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ଏ କଥା ଜଣାଇଛି | ଯୁବକ ଜଣଙ୍କ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲରୁ ଘରକୁ ଯିବାକୁ କୁହାଯାଇଛି | ବ୍ରିଟେନରୁ ଫେରିଥିବା ଭୁବନେଶ୍ବରର ଯୁବକଙ୍କ ସ୍ବାବ ନମୁନା ଗତ ମାର୍ଚ୍ଚ ୧୯ ତାରିଖରେ ପଜିଟିଭ ଆସିଥିଲା । ଏହା ପରେ ଯୁବକଙ୍କୁ ହସ୍ପିଟାଲର ଆଇସୋଲେସନରେ ରଖାଯାଇଥିଲା । ଏହାରି ଭିତରେ ବାରମ୍ବାର ତାଙ୍କର ସ୍ବାବ ନମୁନା ପରୀକ୍ଷା କରାଯାଉଥିଲା । ଆଜି ପୁଣି ଯୁବକଙ୍କ ନମୁନା ନେଗେଟିଭ ଆସିବା ପରେ ତାଙ୍କୁ ସୁସ୍ଥ ଘୋଷଣା କରାଯାଇଛି | ଏବେ ରାଜ୍ୟରେ ୩ ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି ।

The second COVID-19 positive case in #Odisha, belonging to #Bhubaneswar has completely recovered and tested negative for Covid. He is being discharged.

Leave a Comment

Your email address will not be published. Required fields are marked *