ସତ ଶୁଣିବାର ସମୟ ଆସିଯାଇଛି,ସତ ଶୁଣନ୍ତୁ ଓ ପାଳନ କରନ୍ତୁ- ଚିନ୍ମୟୀ ବାରିକ

ଅନୁଚିନ୍ତା-3 ଚିନ୍ମୟୀ ବାରିକ
ଏବେ ଗୋଟିଏ ପୋଷ୍ଟ ପଢିଲି ।ଲେଖା ଅଛି – “ବାଗଚୀଙ୍କୁ ଶୁଣିଲେ ଅବସାଦ ଓ ରୋଗଗ୍ରସ୍ଥ ହୋଇଯିବେ ।ସଚେତନତା କମ୍ ,ଆତଙ୍କ ବେଶୀ ” । ହା ହା ..। ଏ ହେଉଛି ଆମର ମାନସିକତା । ସତ ଶୁଣିବାର ସମୟ ଆସି ଯାଇଛି ।ସତ ଶୁଣନ୍ତୁ ଓ ପାଳନ କରନ୍ତୁ । ସଂକଟ ସମୟରେ ଆତଙ୍କିତ ହେବେ ଅବା ଯୁଦ୍ଧ କରିବେ ଏହା ନିଜ ଉପରେ ନିର୍ଭର କରେ ।ଆଜି ଯଦି ବାଗଚୀ ମହାଶୟ ଏତିକି କହି ନ ଥାଆନ୍ତେ ତେବେ କିଛି ହେଲା ପରେ ପୁଣି କଥା ଆସି ଥାଆନ୍ତା “ଆଗରୁ ଟିକେ କାଇଁ କହିଲେନି ଯେ ? ଆମେ ତ ସତର୍କ ହୋଇ ପାରି ଥାଆନ୍ତୁ ନା ? ଘରେ ରହିବା କଉ ବଡ କଥା ଯେ ? ଜାଣି ଶୁଣି ଆମକୁ ମାରିଲେ ।” ଏ ହେଉଛି ଆମର ମାନସିକତା । ଯେଉଁମାନେ ଆମଲାଗି ଦିନରାତି ଗବେଷଣା ଚଲାଇ ଡାଟା ପ୍ରସ୍ତୁତ କରୁଛନ୍ତି ,ଅର୍ଥନୈତିକ ବ୍ୟବସ୍ଥାକୁ ସନ୍ତୁଳନରେ ଲାଗି ପଡିଛନ୍ତି ,ଡାକ୍ତରଖାନାରେ ବ୍ୟବସ୍ଥା ଲାଗି ତତ୍ପର ,ବେସରକାରୀ ଶିଳ୍ପପତ୍ତିଙ୍କ ର ସାହାଯ୍ୟ ଲାଗି ଆବେଦନ କରୁଛନ୍ତି ,ନିଜ ଜୀବନକୁ ବାଜି ଲଗେଇ ଲୋକଙ୍କୁ ସତର୍କ କରାଉଛନ୍ତି ଯେ “…ବଞ୍ଚି ରୁହ ..ସଂଘର୍ଷ କର…ଶତ୍ରୁ ତୁମ ଦୁଆର ପାଖରେ …”ସେହି ଲୋକଙ୍କୁ ଆମେ କେତେ ଶୀଘ୍ର ନକାରାତ୍ମକ ମତାମତ ଦେଉଛନ୍ତି । ହା ..ହା..ବାଗଚୀ ମହାଶୟ ଓ ମୋଦିଜୀ ମହାଶୟ ଆମ ଲାଗି ସମୟ ସାରି ,ହାତ ଯୋଡି ଆମ ଜୀବନ ଭିକ୍ଷା କରୁଛନ୍ତି ।କେତେ ବୋକା ନୁହେଁ ସତେ ସେମାନେ ? ଦୁଃଖର ବିଷୟ ।ଏକଥା ଭାବିଲା ବେଳକୁ ।ଆଜି ହିଁ ମୋଦିଜୀ କହିଲେ ଯେ ସୋସିଆଲ୍ ମେଡିଆରେ କରୋନା ର ସଚେତନତା ଓ ଫଳାଫଳ ଉପରେ ସମସ୍ତଙ୍କୁ ଅବଗତ କରାନ୍ତୁ ,ଯେମିତି ସମସ୍ତେ ଲଢିବାକୁ ପ୍ରସ୍ତୁତ ହେବେ ଆଉ ସରକାରୀ ନିୟମ ମାନିବେ । ଭାଷଣ ସରିଛି କି ନାହିଁ ,ଏଭଳି ପୋଷ୍ଟ ଆସିଗଲା ବାଗଚୀଙ୍କ ଭାଷଣ ସମ୍ବନ୍ଧରେ ।ଧନ୍ୟ କହିବ ଏଭଳି ମାନସିକତାକୁ । ମୁଁ ଭାବୁଛି ଯେଉଁମାନଙ୍କୁ ବାଗଚୀ ଓ ମୋଦିଜୀଙ୍କ ସତର୍କବାଣୀରେ ଅବସାଦ ଓ ରୋଗଗ୍ରସ୍ଥ ଲାଗୁଛି ସେମାନେ ଫୂତ୍ତୀ ଓ ରୋଗମୁକ୍ତ ଭାଷଣର ନିଜର ଭିଡିଓ ଲୋଡ କରନ୍ତୁ ।ସେମାନଙ୍କୁ ଦେଖି ଯେମିତି ଦୁନିଆ ସାହାସୀ ଓ ରୋଗମୁକ୍ତ ହୋଇପାରିବ । ଜୟ ଜଗନ୍ନାଥ –

Leave a Comment

Your email address will not be published. Required fields are marked *