କଟକ ଡ୍ରିମ୍ସକୁ ସ୍ଥାନାନ୍ତର ହୋଇପାରେ ଏସସିବି ମେଡିକାଲରେ ଥିବା କରୋନା ୱାର୍ଡ | ଟାଙ୍ଗୀରେ ଥିବା ଡ୍ରିମ୍ସ କଲେଜ ପରିସରକୁ ଏହାକୁ ସ୍ଥାନାନ୍ତର କରାଯାଇପାରେ | କରୋନା ମୁକାବିଲା ପାଇଁ ଡ୍ରିମ୍ସ କଲେଜ ପରିସରରେ ଖୋଲିବ ସ୍ବତନ୍ତ୍ର କରୋନା ହସ୍ପିଟାଲ । ଏ ନେଇ ଏସସିବି ଓ କଟକ ଜିଲ୍ଲା ପ୍ରଶାସନ ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି । କୁହାଯାଉଛି ଏହି କରୋନା ହସ୍ପିଟାଲରେ ୫୦୦ ବେଡ୍ ଓ ୫୦ଟି ଆଇସିୟୁର ବ୍ୟବସ୍ଥା କରାଯିବ । ଏଥିପାଇଁ କଲେଜର ପୁରୁଷ ଛାତ୍ରାବାସର ୩୦୪ଟି ଓ ମହିଳା ଛାତ୍ରାବାସର ୧୩୦ଟି କୋଠରୀକୁ ପ୍ରଶାସନ ନିଜ ହାତକୁ ନେଇଛି । ସେହିପରି ପ୍ରଶାସନିକ ଭବନରେ ଥିବା ଗୋଟିକିଆ କୋଠରି ଗୁଡ଼ିକୁ ଆଇସିୟୁ କରାଯିବ । ସୂଚନା ଅନୁସାରେ ଡ୍ରିମ୍ସ ପରିସର ମଧ୍ୟରେ ଓପିଡି କାଉଣ୍ଟର, ପରୀକ୍ଷାଗାର, ଡାକ୍ତର ଏବଂ ମେଡିକାଲ ଷ୍ଟାଫଙ୍କ ରହିବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ । କରୋନା ମୁକାବିଲା ପାଇଁ ଏହି କମକୁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ ।