ଓଡ଼ିଶାରେ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷଷ୍ଠ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଘର କଟକରେ ହୋଇଥିବା ଜଣାପଡ଼ିଛି | ସେ ନିକଟରେ ଦିଲ୍ଲୀରୁ ଫେରିଛନ୍ତି |ଏ ନେଇ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ଜଣାଇଛନ୍ତି । ଫଳରେ ଭୁବନେଶ୍ବର ଓ ଭଦ୍ରକ ସହ କଟକରେ ଶୁକ୍ରବାର ରାତି ୮ଟାରୁ ୪୮ ଘଣ୍ଟା ସଟଡାଉନ୍ କରାଯିବ | ତେବେ ଦିଲ୍ଲୀରୁ ଫେରିଥିବା ଷଷ୍ଠ ଆକ୍ରାନ୍ତ ନିଜାମୁଦ୍ଦିନ୍ ଫେରିଛନ୍ତି କି ନାହିଁ ତାହା ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଉଛି।