Major boost to space science research in Odisha. The first University in INDIA to set up a Space Innovation-cum-Incubation Centre with ISRO
In a major boost to space science research in #Odisha,#VSSUT has signed an MoU with #isro for setting up a Space Technology Incubation Centre at the university campus. It is one of the six cutting-edge Centres that ISRO plans to set up across India.VSSUT, Burla in Odisha’s Sambalpur district on became the first University in INDIA to set up a Space Innovation-cum-Incubation Centre with the Indian Space Research Organisation (ISRO), a statement from the government of Odisha said.The virtual signing of the Memorandum of Understanding (MoU) for the centre took place in the presence of the ISRO chairman Dr K Sivan.
ଇସ୍ରୋ ଓ ଭିସୁଟ୍ ମଧ୍ୟରେ ଐତିହାସିକ ବୁଝାମଣାପତ୍ର ସ୍ବାକ୍ଷର । ସମ୍ବଲପୁର ଜିଲ୍ଲା ବୁର୍ଲାରେ ହେବ ମହାକାଶ ଗବେଷଣା କେନ୍ଦ୍ର । ଏଥିପାଇଁ ଇସ୍ରୋ ଦେବ ଅର୍ଥ ଓ ବୈଷୟିକ ସହାୟତା । ସେହିପରି ଭିସୁଟ୍ ଯୋଗାଇବ ଗବେଷଣା ଭିତ୍ତିଭୂମି । ଭିଡିଓ କନଫରେନ୍ସିଂରେ ମାଧ୍ୟମରେ ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଇସ୍ରୋ ଅଧ୍ୟକ୍ଷ କେ. ଶିବନ, ଇସ୍ରୋ ନିର୍ଦ୍ଦେଶକ ଡ. ପିଭି ଭେଙ୍କିଟାକ୍ରିଷ୍ଣନ୍, ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ, ଭିସୁଟ୍ କୁଳପତି ପ୍ରଫେସର ଅଟଳ ଚୌଧୁରୀ ପ୍ରମୁଖଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ବୁର୍ଲାର ଏହି କେନ୍ଦ୍ର ପାଇଁ ପ୍ରଥମ ପର୍ଯ୍ୟାୟରେ ଇସ୍ରୋ ପକ୍ଷରୁ ୫୦ ଲକ୍ଷ ଟଙ୍କା ଅନୁଦାନ ଦିଆଯିବ । ୨୦୧୮ ମାର୍ଚ୍ଚ ୩୦ରେ ଭିସୁଟ୍ ଇନୋଭେସନ୍ କ୍ଲବ ପକ୍ଷରୁ ଭିଏସ୍ଏଲ୍ଭି ୩.୦ ଲଞ୍ଚ କରାଯାଇଥିଲା । ଏହି ରକେଟ୍ ୪ କିମି ଉଚ୍ଚତା ଯାଏ ପ଼ହଞ୍ଚିଥିଲା । ଯାହାକି କୌଣସି ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା ନିର୍ମିତ ରକେଟ୍ ଦ୍ବାରା ହାସଲ କରା ଯାଇଥିବା ସର୍ବାଧିକ ଉଚ୍ଚତା ଥିଲା। ଏଥିପାଇଁ ଭିସୁଟ୍ ଇନୋଭେସନ୍ କ୍ଲବ ଲିମ୍କା ବୁକ୍ ଅଫ୍ ରେକର୍ଡ ଓ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିଲା।