Offline Ticket From 16 December

ଭାରତ-ଇଣ୍ଡିଜ ଦିନିକିଆ ମ୍ୟାଚ ପାଇଁ ୧୬ରୁ ଆରମ୍ଭ ହେବ ଅଫ୍ ଲାଇନ୍ ଟିକେଟ। ଟିକେଟ୍ ପାଇଁ ପ୍ରବଳ ଆଗ୍ରହକୁ ନଜରରେ ରଖି ଖୋଲାଯିବ ୧୨ ଟିକେଟ୍ କାଉଣ୍ଟର । ଡିସେମ୍ବର ୧୬ ଓ ୧୭ରେ ଅନୁମୋଦିତ ସଂସ୍ଥା, ସ୍କୁଲ ଓ କ୍ଲବ୍‌କୁ ଦିଆଯିବ ଦିନିକିଆ ମ୍ୟାଚ୍‌ ପାଇଁ ଟିକେଟ। ୧୯ ଓ ୨୦ରେ ବାରବାଟୀ ଷ୍ଟାଡିୟମ କାଉଣ୍ଟରରେ ଏହି ଟିକଟ ମିଳିଵ। ପ୍ରତି ଗ୍ୟାଲେରୀରେ ଦର୍ଶକ ପାଇଁ ରହିବ ହେଲ୍ପ ଡେସ୍କ । ଏ ନେଇ ସୂଚନା ଦେଇଛି ଓସିଏ । ଆସନ୍ତା ଡିସେମ୍ବର ମାସ ୨୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ୍‌ । ମ୍ୟାଚ୍‌ ପାଇଁ ଅନଲାଇନ୍‌ ଟିକେଟ୍‌ ବୁକିଂ ପ୍ରକ୍ରିୟା ଶେଷ ହୋଇଛି । ଆଉ କିଛି ଦିନ ପରେ ଦର୍ଶକ ଅଫଲାଇନରେ ଟିକେଟ୍‌ କିଣି ପାରିବେ ।

Leave a Comment

Your email address will not be published. Required fields are marked *