Site icon Explore Times

T-20 IN BARABATI STADIUM

ବାରବାଟୀକୁ ଫେରିବ ଟି-୨୦ ଫିଭର

ଆଇପିଏଲ ଢାଞ୍ଚାରେ ଓଡ଼ିଶାରେ ହେବ ଓସିଏଲ | ବାରବାଟୀକୁ ଫେରିବ କ୍ରିକେଟ କ୍ରେଜ | ପୂର୍ବରୁ ଓପିଏଲରେ ଥିବା ୮ ଫ୍ରାଞ୍ଚାଇଜିଙ୍କ ସହ ଆଲୋଚନା ପରେ ଓସିଏ କରିବାକୁ ଯାଉଛି ବଡ଼ ଘୋଷଣା | କେବଳ ଆନୁଷ୍ଠାନିକ ଭାବରେ ଓସିଏ ଏହାର ଘୋଷଣା କରିବା ବାକି ରହିଲା | ଏପରିକି ଏପ୍ରିଲ ମାସରେ ଏହାର ଆୟୋଜନ କରାଯିବ | ୨୦୧୧ରେ ୧୦ଟି ଟିମକୁ ନେଇ ଆରମ୍ଭ ହୋଇଥିଲା ଓପିଏଲ | ତେବେ ଚିଟଫଣ୍ଡ କାରବାର କାରଣରୁ ଟୁର୍ଣ୍ମାମେଣ୍ଟରେ ଲାଗିଥିଲା ଦାଗ | ତେବେ ପୁଣି ଥରେ ଏଭଳି ଟି-୨୦ ଟୁର୍ଣ୍ଣାମେଣ୍ଟର ଆୟୋଜନକୁ ନେଇ ଚର୍ଚ୍ଚା | ତେବେ ଏଥର କେବଳ ବାରବାଟୀରେ ନୁହେଁ ଅନ୍ୟ ଜିଲ୍ଲା ଷ୍ଟାଡିୟମରେ ମଧ୍ୟ ଆୟୋଜନ କରାଯିବ | ଏହି ଟୁର୍ଣ୍ଣାମେଣ୍ଟ ଦ୍ବାରା ଯୁବ ପ୍ରତିଭାଙ୍କୁ ସୁଯୋଗ ଦେବା ସହ ରାଜ୍ୟର ପ୍ରତିଟି ଜିଲ୍ଲାରେ ଏହାକୁ ପହଞ୍ଚାଇବାକୁ ଟାର୍ଗେଟ ରଖିଛି ଓସିଏ |

Exit mobile version