ସ୍ସ୍ମତି ହୃଦୟର ଛୋଟିଆ ଝରଣା ଧିରେ ଧିରେ ଝରୁଥାଏ ହୃଦୟର ସିଏ ଚିହ୍ନା ନଈଟିଏ ଥିରିଥିରି ବହୁଥାଏ….. ଆହାକି ସୁନ୍ଦର ସ୍ପନ୍ଧନ ଗୀତିରେ କୁଳୁକୁଳୁ ନାଦତାର ତା ନାଦ ତାନରେ ମୋହିନିଏ ମନ ଆନନ୍ଦରେ ଭରେ ପ୍ରାଣ……. ସ୍ମୃତି ହୃଦୟର ରଜନୀଗନ୍ଧା ଟେ ସବୁବେଳେ ସେ ମହକୁ ଥାଏ ସେଇ ମହକରେ ଜୀବନରେ ପୁଣି ବାସ୍ନା କେତେ ଭରି ଦିଏ…….. ହୃଦୟର ଛୋଟ ବଗିଚା ଭିତରେ ସ୍ମୃତି ତ ଗୋଲାପ କଢି ଏମିତି ଫୁଲ ସେ ମଉଳେନି କେବେ ପଡେନାହି କେବେ ଝଢି……. ସ୍ମୃତି ଆକାଶର ରୁପେଲି ଜହ୍ନ ଟେ ଆଲୋକିତ କରେ ମନ ସେଇ ଆଲୋକରେ ବରଷି ଯାଏ ଚାନ୍ଦିନୀ ଜ୍ୟୋସ୍ନା କିରଣ….. ସ୍ମୃତି ସାଗରର ଛୋଟିଆ ସାମୁକା ତୋଳିବାକୁ ହୁଏ ମନ ମୋତିପରି ସିଏ ସାମୁକା ବକ୍ଷ ରେ ଦିଶୁଥାଏ ଝଲମଲ…….. ଆଜି ଅଛି ଏଈ ମାଟିର ଜୀବନ କାଲିକି ହୁଏ ନଥିବ ଅଭୁଲା ସ୍ମୃତିର ତାଜମହଲଟା ଚିରଦିନ ରହିଥିବ………. ଆଶାଲତା ନନ୍ଦି, କେନ୍ଦ୍ରାପଡା