ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ପୁରୀ ଆସୁଥିଲେ…
ଶ୍ରୀମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ନିର୍ଦ୍ଧିଷ୍ଟ ଫର୍ମ ପୂରଣ ବାଧ୍ୟତାମୂଳକ
କରୋନା ପାଇଁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ଅନୁଯାୟୀ
ଦର୍ଶନାର୍ଥୀଙ୍କ ପରିବାରର କେହି ଗତ ୧୫ ଦିନ ବିଦେଶରୁ ଫେରିନାହାନ୍ତି ବୋଲି ଘୋଷଣା କରିବାକୁ ପଡ଼ିବ
୧୫ ଦିନ ଭିତରେ ଜର, ଥଣ୍ଡା ହୋଇଥିଲେ ଜଣାଇବାକୁ ପଡ଼ିବ
ଶ୍ରୀମନ୍ଦିର ବାହାରେ ହେଲ୍ପ ଡେସ୍କରେ ଫର୍ମ ଯୋଗାଇ ଦିଆଯିବ।
ପୁରୀ ବସଷ୍ଟାଣ୍ଡ ଏବଂ ରେଳ ଷ୍ଟେସନରେ ବି ଫର୍ମ ମିଳିବ
କରୋନା ସଂକ୍ରମଣ ରୋକିବା ଲାଗି ପଦକ୍ଷେପ
ଧାଡ଼ି ଦର୍ଶନ ଭିତରେ ୧ ମିଟରର ବ୍ୟବଧାନ ରହିବ
ଭିତରକାଠ ପର୍ଯ୍ୟନ୍ତ ଧାଡ଼ିରେ ଯାଇ ଦର୍ଶନ କରିବେ ଭକ୍ତ
ଏପ୍ରିଲ ୧୫ ତାରିଖ ଯାଏଁ ଶ୍ରୀମନ୍ଦିର ଭିତର କାଠ ପାଖରୁ ଠାକୁରଙ୍କ ଦର୍ଶନ ଉପରେ କଟକଣା
ଜଗମୋହନ ଓ ଅରୁଣ ସ୍ତମ୍ଭ ନିକଟରେ ଜନସମାଗମ ଉପରେ କଟକଣା
ଅରୁଣ ସ୍ତମ୍ଭ ଓ ଗରୁଡ଼ ସ୍ତମ୍ଭକୁ ଭକ୍ତଙ୍କୁ ଛୁଇଁବାକୁ ବାରଣ କରାଯାଇଛି
ଆନନ୍ଦ ବଜାରରେ ବସିବା ଓ ଭୋଜନ ଉପରେ କଟକଣା
ମନ୍ଦିରରେ ପୂଜା ବେଳେ ଶ୍ରୀମନ୍ଦିରର ସେବାୟତମାନେ ମାସ୍କ ପିନ୍ଧିବେ
ବାରମ୍ବାର ହାତ ଧୋଇବାକୁ ସେବାୟତମାନଙ୍କୁ ପରାମର୍ଶ