ବଦଳିଛି ପୁରୀ ବେଳାଭୂମିର ରଙ୍ଗ । ଏ ଚିତ୍ର ହିଁ କହୁଛି କେତେ ଅଧିକ ସୁନ୍ଦର ହୋଇଛି ଆମ ପୁରୀ ସମୁଦ୍ରକୂଳ । ମାତ୍ର ଆଉ କିଛିଦିନ…ଲୋକାର୍ପିତ ହେବ ପୁରୀର ନୂଆ ବେଳାଭୂମିର ରୂପ । ସେଥିପାଇଁ ତ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚ ଏବେ ଗୋ ଗୋଆ ନୁହେଁ, ପର୍ଯ୍ୟଟକଙ୍କ ପସନ୍ଦ ହେବ ପୁରୀ । ଖୁବଶୀଘ୍ର ଗୋଆକୁ ଟପିଯିବ ପୁରୀ ‘ବ୍ଲୁ ଫ୍ଲାଗ୍ ବିଚ୍’, ଏଠାରେ ଅନ୍ତର୍ଜାତୀୟ ବେଳାଭୂମିର ଅନୁଭବ ନେବେ ପର୍ଯ୍ୟଟକ । କିଛିଙ୍କ ମତରେ କେବେ ବି ଏତେ ସୁନ୍ଦର ନ ଥିଲା ପୁରୀ ବେଳାଭୂମି ।ସ୍ବଚ୍ଛତା, ସବୁଜିମା, ବସିବା ପାଇଁ ଛତ୍ରୀ, ବାଥିଂ ଜୋନ, ସମୁଦ୍ର ସ୍ନାନ ପରେ ଅତ୍ୟାଧୁନିକ ଶୌଚାଳୟର ସୁବିଧା ।ପାନୀୟ ଜଳ ଓ ପାର୍କିଂ ସମସ୍ତ ସୁବିଧା । ପିଲାଙ୍କ ଖେଳିବା ସୁବିଧା …ତାଳ ଓ ନଡିଆ ଗଛ ସହ ଗୋଆ ବେଳାଭୂମି ଭଳି ପାଲମିରା ପାମ ଟ୍ରି ବଢ଼ିଗଲାଣି । ଗାନ୍ଧୀ ପାର୍କରୁ ହୋଟେଲ ମେ ଫେୟାର ପର୍ଯ୍ୟନ୍ତ ଏହି ବ୍ଲୁ ଫ୍ଲାଗ୍ ବିଚ ମନଲୋଭ ହୋଇଛି। ଏହାର ସୁବିଧାସୁଯୋଗ ଓ ସବୁଜିମା ଗୋଆ ତଥା ବିଶ୍ବର ଅନ୍ୟ ପ୍ରମୁଖ ବେଳାଭୂମି ସହିତ ସମକ୍ଷକ ହେବ। ଏଠାରେ ଗୋଆ ଢାଞ୍ଚାରେ ବେଳାଭୂମିକୁ ଆକର୍ଷଣୀୟ କରାଯାଉଛି। ପାଲମିରା ପାମ ଗଛ ଲଗାଯାଇଛି। ତାଳପତ୍ର ଓ ବେତରେ ପ୍ରସ୍ତୁତ ସେଡ୍ ଓ ଫୁଟପାଥ ରହିଛି। ତଳେ ବସି ପ୍ରକୃତିର ମଜା ନେଇପାରିବେ ପର୍ଯ୍ୟଟକ । ପୁରୀର ଏ ପରିବର୍ତ୍ତନ ପାଇଁ ଖର୍ଚ୍ଚ ହୋଇଛି ୧୦ କୋଟି ଟଙ୍କା । ଆଶା ଆଗକୁ ଏହା ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ।
