Site icon Explore Times

PAKISTAN GETTING READY FOR WAR!

ଯୁଦ୍ଧ କରିବ ପାକିସ୍ତାନ!

ପିଓକେରେ ହଲ୍‌ଚଲ୍‌ । କିଛି ବଡ଼ କରିବାର ଯୋଜନା କରୁଛି ପାକିସ୍ତାନ । କୌଣସି ବଡ଼ ଷଡ଼ଯନ୍ତ୍ର ନିହାତି ରଚୁଛି । ସାଧାରଣ ନାଗରିକଙ୍କୁ ଢାଲ କରି କରୁଛି ସେନା କ୍ୟାମ୍ପ । ପାକିସ୍ତାନ ଅଧିକୃତ କଶ୍ମୀରରେ ପୂର୍ବରୁ,୧୯୯୯ରେ ଏଭଳି ହଲଚଲ ଦେଖିବାକୁ ମିଳିଥିଲା । ନୀଲମ ଭ୍ୟାଲିରେ ଲଗାତାର ଗୁଳିବର୍ଷା ଭିତରେ ଏଲଓସିରେ ତୋପଙ୍କ ସଂଖ୍ୟା ବଢ଼ାଉଛି ପାକିସ୍ତାନ । ଗତ ୧୦ ଦିନରେ ପିଓକେରେ ତୋପ ନେଇ ପହଞ୍ଚୁଛି ସେନା । ପାକିସ୍ତାନୀ ସେନାର ଅନେକ ରିଜର୍ଭ ସେନା ଏଲଓସିର ଆଖପାଖରେ କ୍ୟାମ୍ପ ତିଅାରି କରୁଛି । ଅସ୍ତ୍ରଶସ୍ତ୍ରରକୁ ପ୍ଲାଷ୍ଟିକ କଭର କରାଯାଇ ସୀମାକୁ ଅଣାଯାଉଛି । ସେହିପରି ସୀମାରେ ରହୁଥିବା ପ୍ରାୟ ୩୩,୪୯୮ ପରିବାରକୁ ମାସିକ ୧୫୪୬ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ତେବେ ଏହି ସହାୟତା ପଛରେ ଗୋଟିଏ ସର୍ତ୍ତ ରଖାଯାଇଛି । ସର୍ତ୍ତ ଏୟା କି, ସେମାନେ କେବେ ବି ପିଓକେ ଛାଡ଼ିକି ଯିବେନି । ପାକିସ୍ତାନୀ ସେନା ଉପରେ କମୁଥିବା ଭରସାକୁ ବଢ଼ାଇବାକୁ ପାକ ପ୍ରଧାନମନ୍ତ୍ରୀ ଏଭଳି ଘୋଷଣା କରିଛନ୍ତି । ଗୋଟିଏ ପଟେ ପାକିସ୍ତାନକୁ ଭାରତର ଡର । ଅନ୍ୟପଟେ ବଡ଼ ଷଡ଼ଯନ୍ତ୍ର କରିଥାଇପାରେ ପାକିସ୍ତାନ ।

Exit mobile version