Site icon Explore Times

ODISHA SAMPARK KRANTI EXPRESS LEAVES BEHIND BOGGIES

ଦୁଇ ଦୁଇ ଥର ବଗି ଛାଡ଼ି ପଳାଇଲା ଓଡ଼ିଶା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍‌ 

ତେବେ ଟ୍ରେନ୍‌ରେ ଆସୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି | ଏ ନେଇ ସୂଚନା ଦେଇଛନ୍ତି ପୂର୍ବତଟ ରେଳବାଇ ଅଧିକାରୀ | ଆଜି ସକାଳେ ଦିଲ୍ଲୀର ଆନନ୍ଦ ବିହାରରୁ ବାହାରିଥିଲା ‘ଓଡ଼ିଶା ସମ୍ପର୍କ କ୍ରାନ୍ତି’ ଏକ୍ସପ୍ରେସ୍‌ | ତେବେ ଦୁଇ ଦୁଇ ଥର ବଗି ଛାଡ଼ି ପଳାଇଥିଲା। ଟ୍ରେନ | ପ୍ରଥମେ ଆନନ୍ଦ ବିହାର ଛାଡ଼ିବା ପରେ ଏବଂ ଆଉଥରେ ହାଥରାସ୍‌ ଷ୍ଟେସନ୍‌ରେ ବଗି ଛାଡ଼ି ଚାଲିଯାଇଥିଲା ଟ୍ରେନ | ତେବେ ମୋଟ କେତୋଟି ବଗି ଟ୍ରେନ ଛାଡ଼ି ପଳାଇଥିଲା ତାହା ଜଣାପଡ଼ିନି | ତେବେ ଟ୍ରେନ୍‌ ପଛକୁ ଫେରି ରହିଯାଇଥିବା ବଗିକୁ ପୁଣି ସଂଯୋଗ କରାଯାଇଥିଲା। ଟ୍ରେନ୍‌ଟିକୁ ଯାଞ୍ଚ କରାଯାଇଛି ଏବଂ ଆଉ ଥରେ ତୁଣ୍ଡ୍‌ଲା ଷ୍ଟେସନ୍‌ଠାରେ ସମ୍ପୂର୍ଣ୍ଣ ଯାଞ୍ଚ କରାଯିବ।

Exit mobile version