Site icon Explore Times

Indian Railways prepares to resume train services

୧୫ରୁ ପୁଣି ଆରମ୍ଭ ହେବ ରେଳ ସେବା!

ଏପ୍ରିଲ୍ ୧୫ରୁ ପୁଣି ଆରମ୍ଭ ହୋଇପାରେ ଯାତ୍ରୀବାହୀ ରେଳ ସେବା | ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ ରେଳ ମନ୍ତ୍ରାଳୟ | ଟ୍ରେନ୍ ସେବା ଆରମ୍ଭ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଭାଗ। ବର୍ତ୍ତମାନ ଆଇଆରସିଟିସି ୱେବସାଇଟକୁ ଚାଲୁ ରଖାଯାଇଛି | ତେବେ ଯାତ୍ରୀମାନେ ଏପ୍ରିଲ୍ ୧୫ରୁ କିମ୍ବା ୨୧ ଦିନର ଲକଡାଉନ ସରିବା ପରେ ଟିକେଟ୍ ବୁକ୍ କରିପାରିବେ ବୋଲି କୁହାଯାଉଛି | ରେଲୱେ ପକ୍ଷରୁ ଟ୍ରେନ୍ ଡ୍ରାଇଭର, ଷ୍ଟେସନ୍ ମ୍ୟାନେଜର ଏବଂ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ଟ୍ରେନର ସମୟ ସାରଣୀ ପଠାଇଛି। ସେହିପରି ବାତିଲ ହୋଇଥିବା ଟ୍ରେନ୍ ଚଳାଇବାକୁ ପୁଣି ଥରେ ପ୍ରସ୍ତୁତ ହେବାକୁ ରେଲୱେ ବୋର୍ଡ ସମସ୍ତ ୧୭ଟି ଜୋନାଲ ରେଳବାଇକୁ କହିଛି।

Indian Railways prepares to resume train services including Rajdhani, Shatabdi, but no decision on date

Exit mobile version