
Snigdha Tripathy
ଆଧୁନିକ ଯୁଗରେ ସୌନ୍ଦର୍ଯ୍ୟ ସଚେତନତା ବଢ଼ିଛି । ନିଜକୁ ଭିନ୍ନ ଭାବରେ ଉପସ୍ଥାପନ କରିବାକୁ ପ୍ରତିଯୋଗିତା ମଧ୍ୟ ବଢ଼ିବାରେ ଲାଗିଛି । ବର୍ତ୍ତମାନ ଇୟର କଫ୍ ଫ୍ୟାଶନ ପରିଧିକୁ ଆସି ଯୁବତୀଙ୍କୁ ଆକର୍ଷିତ କରୁଛି । କଫ୍ ଫ୍ୟାସନ ଏବେ ପାଲଟିଛି ଷ୍ଟାଇଲ ଟ୍ରେଣ୍ଡ । ତେବେ ରାଜଧାନୀର ତରୁଣୀ ମାନେ ଏହାକୁ କେତେ ଗ୍ରହଣ କରିଛନ୍ତି, ଚାଲନ୍ତୁ ନଜର ପକାଇବା….।
ଇୟର କଫ୍ ଏକ ପ୍ରକାରର କାନ ଫୁଲ । ଯାହା କି କାନର ଅଧିକାଂଶ ଅଂଶକୁ ଆଚ୍ଛାଦିତ କରିଥାଏ । ଅତୀତରେ ମହିଳା ମାନେ କାନରେ ବଡ଼ ବଡ଼ ଆକାରର ଗହଣା ପିନ୍ଧୁଥିଲେ । ଏବେ ପୁଣି ଫେରିଛି ସେହି ଷ୍ଟାଇଲ । ଏବେ ପୁରୁଣାରେ ଦେଖିବାକୁ ମିଳିଛି ନୂଆ ଝଲକ । କେତେବେଳେ ପାରଂପରିକ ତ ଆଉ କେତେବେଳେ ମଡର୍ଣ୍ଣ….। ଆଉ କେତେବେଳେ ଫଙ୍କି ଲୁକରେ ଦେଖିବାକୁ ମିଳିଛି ଇୟର କଫ୍ ।
ଇତିହାସରୁ ପଦେ-
ଇୟର କଫ୍ ପ୍ରାଚ୍ୟ ଦେଶରେ କାଫା ଭାବେ ପ୍ରସିଦ୍ଧ । ଭାରତରେ ଇୟର କଫକୁ କାଞ୍ଚନ କୁହାଯାଏ । ଏସବୁ ଦେଖିବାକୁ ମୟୁର, ଫିଲ ଏବଂ ପତ୍ର ସଦୃଶ ହୋଇଥାଏ । ଆମ ଭାରତରେ ଇୟର କଫକୁ ଉତ୍ସବ ଏବଂ ବିବାହ ସମୟରେ ପ୍ରାୟ ମହିଳା ମାନେ ପିନ୍ଧିଥାନ୍ତି । ସାଧାରଣତଃ ମହାରାଷ୍ଟ୍ର ଏବଂ କଶ୍ମୀରର ମହିଳା ଏହାର ଅଧିକ ବ୍ୟବହାର କରିଥାନ୍ତି । ପୂର୍ବୁରୁ କେବ ପାରଂପରିକ ଇୟର କପ ମିଳୁଥିଲା । ତେବେ ବର୍ତ୍ତମାନ ଏଥିରେ ନୂଆ ନୂଆ ଡିଜାଇନ ସାମିଲ ହୋଇଛି । ଯାହାକି ଫ୍ୟାସନ ଦୁନିଆରେ ଛାଇ ହୋଇ ରହିଛି । ଏମିତି କି ଏହା ହେଉଛି ଅନେକ ବଲିଉଡ ଓ ହଲିଉଡ ଷ୍ଟାରଙ୍କର ପ୍ରତମ ପସନ୍ଦ ।
ଷ୍ଟାଇଲ ଓ ମ୍ୟାଟେରିଆଲ-
ବର୍ତ୍ତମାନ ମାର୍କେଟରେ ସୁନା ଏବଂ ରୂପା ସହ ପ୍ଲାଟିନମ ପଲିସ, ଡାଇମଣ୍ଡ ଇୟର କଫ ମିଳୁଛି । ଏହାସହ ମାର୍କେଟରେ ମିଳୁଛି କୁନ୍ଦନ,ଷ୍ଟୋନ, ମିନା ଏବଂ ଫିଦରର ଇୟର କଫ୍ । ଯାହା କି ଏବେ ଯୁବତୀଙ୍କର ପ୍ରଥମ ପସନ୍ଦ ।ପଦ୍ମ ଫିଲ, ଫଳ, ଫୁଲ ଓ ପଶୁପକ୍ଷୀର ଇୟର କଫ୍ ଫଙ୍କି ଲୁକ୍ ପାଇଁ ଅନେକଙ୍କୁ ଆକୃଷ୍ଟ କରୁଛି ।
ଦାମ୍-
ଏହି ଇୟର କଫର ଦାମ୍ ୩୮୦ରୁ ଆରମ୍ଭ ହୋଇ ୧୦୦୦ ଓ ତାଠାରୁ ଅଧିକ ମଧ୍ୟ ରହିଛି ।
କେଉଁଠି ମିଳିବ-
ବିଗବଜାର, ମାର୍କେଟ ବିଲ୍ଡିଂ ଓ ଅନ୍ୟ ଛୋଟ ବଡ଼ ଦୋକାନରେ ଆପଣଙ୍କୁ ଏହା ମିଳିଯିବ
କେଉଁଠି ପିନ୍ଧିବେ-
ପାର୍ଟି, ଫଙ୍କସନ କିମ୍ବା ଟ୍ରାଭେଲ କରୁଥିବା ବେଳେ ଫଙ୍କି ଓ ଟ୍ରେଣ୍ଡିଂ ଲୁକ୍ ପାଇଁ ଆପଣ ଏହାକୁ ପିନ୍ଧି ପାରିବେ।
ସ୍ନିଗ୍ଧା ତ୍ରିପାଠୀ, ଫ୍ୟାସନ ସାମ୍ବାଦିକା