ଅଷ୍ଟ୍ରେଲିଆରେ ଓଟ ଖାଇବେ ଗୁଳି। କାରଣ ସେମାନଙ୍କ ଦୋଷ, ସେମାନେ ଅଧିକ ପାଣି ପିଉଛନ୍ତି। ଅଷ୍ଟ୍ରେଲିଆରେ ବିଚିତ୍ର ସ୍ଥିତି। ଗୋଟିଏ ପଟେ ନିଆଁରେ ଜଳୁଥିବା ପଶୁ ପକ୍ଷୀଙ୍କୁ ବଞ୍ଚାଇବାକୁ ଚେଷ୍ଟା। ଆଉ ଗୋଟେ ପଟେ ପାଣିର ଅଭାବ ବଢ଼ାଉଥିବା କାରଣରୁ ୧୦ ହଜାର ଓଟଙ୍କୁ ଗୁଳି ନିର୍ଦ୍ଦେଶ ଦିଆଯାଇଛି। ହେଲିକପ୍ଟରରୁ ଓଟଙ୍କୁ ଗୁଳି କରିବେ ପେସାଦାର ସୁଟର୍ । ଅଷ୍ଟ୍ରେଲିଆ ଜଙ୍ଗଲରେ ବଢୁଛି ଓଟଙ୍କ ସଂଖ୍ୟା । ସେଥିପାଇଁ ପାନୀୟ ଜଳ ସମସ୍ୟା ସୃଷ୍ଟି ହେଉଛି। ଓଟମାନେ ଅଧିକ ପାଣି ପିଉଥିବାରୁ ଜଙ୍ଗଲରେ ବାସ କରୁଥିବା ଜନଜାତିଙ୍କ ପାଇଁ ପାଣି ସମସ୍ୟା ବଢ଼ିଛି। ଫଳରେ ସେମାନଙ୍କୁ ମାରିବାକୁ ନିଷ୍ପତ୍ତି ନେଇଛନ୍ତି ଅଷ୍ଟ୍ରେଲିଆ ସରକାର। ମରୁଭୂମି ଅଞ୍ଚଳରେ ପାଣି ବଞ୍ଚାଇବା ପାଇଁ ଦକ୍ଷିଣ ଅଷ୍ଟେଲିଆରେ ପାଖାପାଖି ୧୦୦୦୦ ଜଙ୍ଗଲୀ ଓଟଙ୍କୁ ଗୁଳି କରାଯିବ। ଏଭଳି ଖବର ବିଶ୍ବବ୍ୟାପୀ ପଶୁପ୍ରେମୀଙ୍କୁ ବିସ୍ମିତ ଓ ବ୍ୟଥିତ କରିଛି। ଅଷ୍ଟ୍ରେଲିଆର ଜଙ୍ଗଲରେ ରହୁଥିବା ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ଅଭିଯୋଗ ହେଉଛି ଓଟ ପାଣି ଖୋଜି ଖୋଜି ସେମାନଙ୍କ ବସ୍ତି ଆଡ଼କୁ ଚାଲିଆସୁଛନ୍ତି । ଓଟମାନେ ଏତେ ମାତ୍ରାରେ ପାଣି ପିଉଛନ୍ତି ଯେ, ପାଣିର ସମସ୍ୟା ଦେଖାଦେଇଛି। ସେ ପଟେ ବିଶ୍ବରେ ତାପମାତ୍ରା ବୃଦ୍ଧିରେ ଓଟ ବଡ଼ ଭୂମିକା ଗ୍ରହଣ କରୁଛି। ତଥ୍ଯ କହୁଛି ୧୦ ଲକ୍ଷ ଓଟ ଗୋଟିଏ ବର୍ଷରେ ୧ ଟନ୍ ଅଙ୍ଗାରକାମ୍ଳ ଓ ମିଥେନ୍ ଗ୍ୟାସ୍ ନିର୍ଗତ କରିଥାନ୍ତି। ଓଟକୁ ନେଇ କୌଣସି ବିକଳ୍ପ ବ୍ୟବସ୍ଥା କରା ନ ଗଲେ ପ୍ରତି ୯ବର୍ଷରେ ଦୁଇ ଗୁଣ ହୋଇଯିବ। ଏକ ଲକ୍ଷ ଜଙ୍ଗଲୀ ଓଟ ପ୍ରତିବର୍ଷ ଯେତିକି ପରିମାଣରେ ଅଙ୍ଗାରକାମ୍ଳ ଓ ମିଥେନ ନିର୍ଗତ କରିଥାଆନ୍ତି, ତାହା ୪ଲକ୍ଷ କାର୍ ନିର୍ଗତ କରୁଥିବା ବିଷାକ୍ତ ଗ୍ୟାସ୍ ସହ ସମାନ ବୋଲି କୁହାଯାଉଛି।
