ସ୍ବଚ୍ଛ ସର୍ଭେକ୍ଷଣ ୨୦୨୦ରେ ସାରା ଦେଶରେ ୨୩୨ ନମ୍ବର ସ୍ଥାନରେ ରହିଛି କଟକ । ତେବେ ପୂର୍ବ ବର୍ଷ ସହ ତୁଳନା କରିଲେ ଭଲ ପ୍ରଦର୍ଶନ କରିଛି ସିଲଭର ସିଟି । ଆଉ ଏଥିପାଇଁ ସହରବାସୀ, କଟକ ମହାନଗର ନିଗମ ଓ ଖାସକରି ସିଏମସି କମିଶନର ଅନନ୍ୟା ଦାସଙ୍କ କଠିନ ପରିଶ୍ରମ ରହିଛି । ୨୦୧୮ରେ ୩୯୬, ୨୦୧୯ରେ ୩୭୪ ଓ ବର୍ତ୍ତମାନ ୨୩୨ ନମ୍ବର । ଏହି ତାଲିକାରେ କଟକ ପଛକୁ ରହିଛି ସ୍ମାର୍ଟସିଟି ଭୁବନେଶ୍ବର । କୋରୋନା କଟକଣା ଭିତରେ ମଧ୍ଯ କଟକରେ ଅନେକ କାମ ଆଗେଇଛି । ତାଳଦଣ୍ଡା କେନାଲ ହେଉ କି ସହରର ସୌନ୍ଦର୍ଯ୍ୟୀକରଣକୁ ମଧ୍ୟ ଅନେକ ପ୍ରଶଂସା ମିଳିଛି । ବର୍ତ୍ତମାନ ମଧ୍ୟ ସହରରେ ଅନେକ ପରିମଳ କାମ ବାକି ରହିଛି । ତେବେ ହଜାରେ ବର୍ଷର ସହରରେ ପରିବର୍ତ୍ତନ ପାଇଁ ସମୟର ଆବଶ୍ୟକତା ରହିଛି । ଏଥିପାଇଁ ପ୍ରଶାସନ ସହ କଟକିଆଙ୍କର ସହଯୋଗ ମଧ୍ୟ ଆବଶ୍ୟକ। ସେହିପରି ସିଏମସି ଓ ଜିଲ୍ଲା ପ୍ରଶାସନ ମଧ୍ୟ ନିଜର କଠିନ ପରିଶ୍ରମ ଜାରି ରଖିବା ଆବଶ୍ୟକ ରହିଛି।

ସେପଟେ ସର୍ବେକ୍ଷଣରେ ଓଡିଶାକୁ ‘ଦ୍ରୁତତମ ଗତିଶୀଳ ରାଜ୍ୟ’ ଭାବରେ ପୁରସ୍କାର ମିଳିଛି । ସ୍ବଚ୍ଛତା ହାସଲ କ୍ଷେତ୍ରରେ ଓଡ଼ିଶା ସର୍ବାଧିକ ବେଗରେ ଆଗକୁ ବଢ଼ୁଥିବା ରାଜ୍ୟର ମାନ୍ୟତା ପାଇଛି । ସର୍ବେକ୍ଷଣରେ ଓଡିଶା ୧୦ମ ସ୍ଥାନ ଅଧିକାର କରିଛି ।  ୨୦୧୮ ଏବଂ ୨୦୧୯ ରେ ରାଜ୍ୟ ଦେଶରେ ୨୨ ଏବଂ ୧୬ତମ ସ୍ଥାନରେ ରହିଥିଲା । ତେବେ ୨୦୨୦ରେ ଓଡିଶା ୧୦ମ ସ୍ଥାନ ଅଧିକାର କରିଛି । ୩ରୁ ୧୦ ଲକ୍ଷ ଜନସଂଖ୍ୟା ଥିବା ସହର ବର୍ଗରେ ବ୍ରହ୍ମପୁର ମ୍ୟୁନିସିପାଲିଟି କର୍ପୋରେସନକୁ  ମିଳିଛି ‘ବେଷ୍ଟ ମିଡିୟମ ସିଟି ଇନ ଇନୋଭେସନ୍ ଆଣ୍ଡ ବେଷ୍ଟ ପ୍ରାକ୍ଟିସ’ ପୁରସ୍କାର |

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.

Open chat
1
Hello
can we Help You?