SUSHANT SINGH RAJPUT DEATH TIMELINE

ସୁଶାନ୍ତ-ସିବିଆଇ-ସସପେନ୍ସ

ସୁଶାନ୍ତ ମୃତ୍ୟୁକୁ ନେଇ ମୂଳରୁ ହିଁ ଥିଲା ସସପେନ୍ସ । ରିୟା, ବଲିଉଡ ଓ ଆର୍ଥିକ କାରବାର । ପ୍ରତିଦିନ ମାମଲାକୁ ନେଇ ଆସିଥିଲା ନୂଆ ନୂଆ ଦିଗ । ଫ୍ୟାନ୍ସ, ନେତା ଓ ଅଭିନେତା । ସମସ୍ତେ ଏହି ଅଭିଯାନରେ ସାମିଲ ହୋଇଥିଲେ । ତେବେ କିଭଳି ଥିଲା 14 ଜୁନରୁ 19 ଅଗଷ୍ଟ ପର୍ଯ୍ୟନ୍ତ ଘଟଣାକ୍ରମ ? 

14 ଜୁନ – ମୁମ୍ବାଇରୁ ମିଳିଲା ସୁଶାନ୍ତଙ୍କ ମୃତଦେହ । ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ସନ୍ଦେହ । ମିଳିଥିଲା ସୁଇସାଇଡ ନୋଟ ।

17 ଜୁନ –ବଲିଉଡ ଷ୍ଟାରଙ୍କ ବିରୋଧରେ ବିହାରର ଆଇନଜୀବୀଙ୍କ ଅଭିଯୋଗ । ଏଥିରେ ଥିଲା ସଲମାନ ଖାନ, କରନ ଜୋହର ଓ ଏକତା କପୁରଙ୍କ ନାଁ 

19 ଜୁନ- ମହାରାଷ୍ଟ୍ର ସରକାରର ତଦନ୍ତ । ୟସରାଜ ଫିଲ୍ମସ ସହ ସୁଶାନ୍ତଙ୍କ କଣ୍ଟ୍ରାକ୍ଟର ପୂରା ବିବରଣୀ ମାଗିଥିଲେ । 

24 ଜୁନ – ଆସିଲା ପୋଷ୍ଟମୋର୍ଟମ ରିପୋର୍ଟ । ମିଳିଲାନି କୌଣସି ସଂଘର୍ଷ କିମ୍ବା ଦାଗ । ଶ୍ବାସରୁଦ୍ଧ ହେବାରୁ ମୃତ୍ୟୁ ହୋଇଥିବା କହିଲା ରିପୋର୍ଟ ।

 7 ଜୁଲାଇ- ସଞ୍ଜୟ ଲୀଲା ଭସାଁଲିଙ୍କୁ ବାନ୍ଦ୍ରା ପୋଲିସର ପଚରାଉଚରା । ସୁଶାନ୍ତଙ୍କୁ କରିଥିଲେ 4 ଫିଲ୍ମ ଅଫର । କିନ୍ତୁ ଗୋଟିଏରେ ବି ନଜର ଆସି ନ ଥିଲେ ସୁଶାନ୍ତ । 

9 ଜୁଲାଇ –ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ସିବିଆଇ ତଦନ୍ତ ଦାବି କଲେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ 

10 ଜୁଲାଇ- ଦିଲ ବିଚାରା ଫିଲ୍ମର ଅଭିନେତ୍ରୀ ସଞ୍ଜନାଙ୍କୁ ପୋଲିସର ପଚରାଉଚରା । 

16 ଜୁଲାଇ – ଟ୍ବିଟ କରି ସିବିଆଇ ତଦନ୍ତ ଦାବି କରିଥିଲେ ରିୟା ଚକ୍ରବର୍ତ୍ତୀ 

21 ଜୁଲାଇ – ସୁଶାନ୍ତଙ୍କୁ ନ୍ୟାୟ ଦାବିରେ ଦୀପ ଜଲାଇବାକୁ ଫ୍ୟାନ୍ସଙ୍କ ଅଭିଯାନ । ଦୀପ ଜଳାଇ ଅଙ୍କିତା ଲୋଖଣ୍ଡେ କରିଥିଲେ ଅଭିଯାନର ସମର୍ଥନ । 

23 ଜୁଲାଇ- ବଲିଉଡରେ ନେପଟୋଜିମର କଥା ଉଠାଇଲେ ଅଭିନେତ୍ରୀ କଙ୍ଗନା ରଣାୱତ । କରନ ଜୋହର, ଆଦିତ୍ୟ ଚୋପ୍ରା ଓ ସଲମାନ ଖାନଙ୍କ ବିରୋଧରେ ଆଣିଲେ ଅଭିଯୋଗ । ଆଲିୟା ଭଟ୍ଟଙ୍କୁ ଟାର୍ଗେଟ କଲେ ଫ୍ୟାନ୍ସ । ସୋସିଆଲ ମିଡିଆରେ କମିଲେ ଫଲୋଅର୍ସ 

24 ଜୁଲାଇ – ହଟଷ୍ଟାରରେ ସୁଶାନ୍ତଙ୍କ ଶେଷ ଫିଲ୍ମ ଦିଲ ବିଚାରା ରିଲିଜ

26 ଜୁଲାଇ – ସୁବ୍ରମଣ୍ୟମ ସ୍ବାମୀଙ୍କ ଦାବିକୁ ମାନିଲା ପିଏମ ଅଫିସ 

27 ଜୁଲାଇ – ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ମନା କଲା ମୁମ୍ବାଇ ପୋଲିସ । ମହେଶ ଭଟ୍ଟଙ୍କୁ ପଚରାଉଚରା । କହିଲେ 2 ଥର ଭେଟିଛି ସୁଶାନ୍ତଙ୍କୁ । 28 ଜୁଲାଇ – ପାଟଣାରେ ରିୟା ଓ ତାଙ୍କ ପରିବାର ବିରୋଧରେ ସୁଶାନ୍ତଙ୍କ ବାପାଙ୍କ ଏଫଆଇଆର । ଆଣିଥିଲେ ଆତ୍ମହତ୍ୟା ପାଇଁ ଉସକାଇଥିବା ଅଭିଯୋଗ । 

29 ଜୁଲାଇ – କେସକୁ ପାଟନାରୁ ମୁମ୍ବାଇ ଆଣିବାକୁ କୋର୍ଟରେ ରିୟାଙ୍କ ଆବେଦନ 

1 ଅଗଷ୍ଟ – ଫ୍ୟାନ୍ସଙ୍କ ଟାର୍ଗେଟ ପରେ ସୋସିଆଲ ମିଡିଆରେ ରିୟାଙ୍କ ପୋଷ୍ଟ । ଆଇନ ଓ ଇଶ୍ବରଙ୍କ ଉପରେ ଭରସା ଥିବା କଥା ପୋଷ୍ଟ କରିଥିଲେ ।  

5 ଅଗଷ୍ଟ – ବିହାର ସରକାରଙ୍କ ସୁପାରିସ ଗ୍ରହଣ କଲେ କେନ୍ଦ୍ର ସରକାର 

6 ଅଗଷ୍ଟ- ରିୟାଙ୍କ ସହ 6 ଜଣଙ୍କ ବିରୋଧରେ ସିବିଆଇର ମାମଲା 

7 ଅଗଷ୍ଟ- ଇଡିରେ ହାଜର ହେଲେ ରିୟା ଓ ତାଙ୍କ ଭାଇ 

10 ଅଗଷ୍ଟ- ଶିବସେନା ସାଂସଦ ସଞ୍ଜୟ ରାୱତଙ୍କ ବୟାନ, ମୁମ୍ବାଇ ପୋଲିସ ଉପରେ ଭରସା 

11-13 ଅଗଷ୍ଟ- ସୁପ୍ରିମକୋର୍ଟରେ ମାମଲାର ଶୁଣାଣି । ସିବିଆଇ ତଦନ୍ତ ପାଇଁ ସୋସିଆଲ ମିଡିଆରେ ଶ୍ବେତା ସିଂଙ୍କ ଅଭିଯାନ । 

14 ଅଗଷ୍ଟ- 

15 ଅଗଷ୍ଟରେ ଦିନ 10ଟାରେ ଦୀପ ଜଳାଇ ପ୍ରାର୍ଥନା କରିବାକୁ ଶ୍ବେତା ସିଂଙ୍କ ଆହ୍ବାନ 

19- ଅଗଷ୍ଟ – ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

Leave a Comment

Your email address will not be published. Required fields are marked *