Site icon Explore Times

CORONA-SCB-UPDATE

ଓଡ଼ିଶାରେ କରୋନା ଭାଇରସ ଅପଡେଟ୍ 

ରାଜ୍ୟରେ ପୁଣି ଆଉ ଜଣେ କରୋନା ସନ୍ଦିଗ୍ଧ | ଚୀନ୍ ଫେରନ୍ତା ଓଡ଼ିଆଙ୍କ ଉପରେ ଏବେ ସତର୍କ ଦୃଷ୍ଟି ରଖାଯାଉଚି | କଟକ ବଡ଼ ମେଡିକାଲରେ ପୂର୍ବରୁ ଭର୍ତ୍ତି ହୋଇଥିବା ଫୁଲବାଣୀର ଡ଼ାକ୍ତରୀ ଛାତ୍ରଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ସେପଟେ ନୀରିକ୍ଷଣରେ ଥିବା ଆଉ ଜଣେ ଯୁବତୀଙ୍କ ରିପୋର୍ଟ ପୁନେରୁ ତିନି ଦିନ ମଧ୍ୟରେ ଆସିବ । ମୋଟ ୭ ଜଣ ସନ୍ଦିଗ୍ଧଙ୍କ ମଧ୍ୟରୁ ୬ ଜଣ ସୁସ୍ଥ ବୋଲି କହିଛନ୍ତି ଡାକ୍ତର । ରିପୋର୍ଟ ଅନୁସାରେ ଚୀନ୍ ଓ ମାଲେସିଆରୁ ପ୍ରାୟ ୨୫ ଜଣ ଓଡ଼ିଆ ରାଜ୍ୟକୁ ଫେରିଛନ୍ତି । ତେବେ ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ମଙ୍ଗଳବାର ମେଡିକାଲରେ ଭର୍ତ୍ତି ହୋଇଥିବା ଜଗତସିଂହପୁରର ଇଂଜିନିୟରଙ୍କ ସହ ଦୁଇ ଜଣଙ୍କୁ ୱାର୍ଡରେ ରଖି ଚିକିତ୍ସା କରାଯାଉଛି । ବାକି ୨୨ ଜଣଙ୍କୁ ରଖାଯାଇଛି ହୋମ୍ ସର୍ଭେଲାନ୍ସରେ |

Exit mobile version