Site icon Explore Times

Aswini Hospital Cuttack Started Treatment of Corona +Ve Patients

ଅଶ୍ବିନୀ ହସ୍ପିଟାଲରେ ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି ଡାକ୍ତର

କରୋନା ପାଇଁ ଲଢୁଛନ୍ତି ଡାକ୍ତର | ଆମ ପାଇଁ, ଆକ୍ରାନ୍ତଙ୍କୁ ଭଲ କରିବା ପାଇଁ | ଯୁଦ୍ଧକାଳୀନ ଭିତ୍ତିରେ କଟକ ଅଶ୍ବିନୀ ହସ୍ପିଟାଲରେ ନିର୍ମିତ କୋଭିଡ୍ ୧୯ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ବର୍ତ୍ତମାନ କଟକର ଏହି ହସ୍ପିଟାଲରେ ୧୫୦ ବେଡ ରହିଛି | ଏବେ ୬ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଆରମ୍ଭ ହୋଇଯାଇଛି। କଟକ, ପୁରୀ ଓ ଯାଜପୁରରୁ ଚିହ୍ନଟ ହୋଇଥିବା ଜଣେ ଲେଖାଏଁ ଆକ୍ରାନ୍ତଙ୍କ ସହ ଭଦ୍ରକ ଜିଲ୍ଲାର ୩ ଆକ୍ରାନ୍ତଙ୍କୁ ଏଠାରେ ରଖାଯାଇ ଚିକିତ୍ସା କରାଯାଉଛି | ସେପଟେ କରୋନା ସଂକ୍ରମିତ କିମ୍ବା ଏହାର ଲକ୍ଷଣ ଥିବା ଅନ୍ୟ ରୋଗୀଙ୍କୁ ଆଉ କଟକ ଏସସିବିରେ ରଖାଯିବନି | ଏବେ ସମସ୍ତଙ୍କୁ ସିଡିଏସ୍ଥିତ ଅଶ୍ବିନୀ ହସ୍ପିଟାଲରେ ପ୍ରସ୍ତୁତ ‌ହୋଇଥିବା ସ୍ବତନ୍ତ୍ର କରୋନା ୱାର୍ଡରେ ରଖାଯିବ | ଏହି ନିଷ୍ପତ୍ତି ହେବା ପରେ ଗତକାଲି ବିଳମ୍ବିତ ରାତିରେ ଏସସିବିରେ ଥିବା କରୋନା ଆକ୍ରାନ୍ତଙ୍କୁ ସ୍ଥାନାନ୍ତର କରାଯାଇଛି।

Aswini Trauma Care Cuttack is the first stand alone privately managed Odisha CoVID Hospital of Govt.of Odisha at Cuttack funded by OMC which started treatment of Corona+Ve patients

Exit mobile version