Site icon Explore Times

ସୁସ୍ଥ ଅଛନ୍ତି ଦ୍ବିତୀୟ କରୋନା ଆକ୍ରାନ୍ତ | ଏମସରେ ୨୦୬ ବେଡ୍ ଓ ୨୦ ଭେଣ୍ଟିଲେଟର ପ୍ରସ୍ତୁତ

ସୁସ୍ଥ ଅଛନ୍ତି ଦ୍ବିତୀୟ କରୋନା ଆକ୍ରାନ୍ତ | ଏମସରେ ୨୦୬ ବେଡ୍ ଓ ୨୦ ଭେଣ୍ଟିଲେଟର ପ୍ରସ୍ତୁତ

କରୋନା ମୁକାବିଲା ପାଇଁ ରାଜଧାନୀରେ ପ୍ରସ୍ତୁତି | ଏମସରେ ୨୦୬ ବେଡ ସହ ୨୦ ଭେଣ୍ଟିଲେଟର ପ୍ରସ୍ତୁତ | ଖୁବଶୀଘ୍ର ଆଉ ୨୦ ଭେଣ୍ଟିଲେଟର ମଧ୍ୟ ଆସିଯିବ | ସେପଟେ ସବୁଠୁ ବଡ଼ ଆଶ୍ବସ୍ତିର କତା ରାଜ୍ୟର ତୃତୀୟ କରୋନା ଆକ୍ରାନ୍ତ ସୁସ୍ଥ ଅଛନ୍ତି | ସେହିପରି ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ ଆସିଛି | ଭିଡିଓ ବାର୍ତ୍ତା ଜରିଆରେ ଗୁରୁବାର ଏ ନେଇ ଜଣାଇଛନ୍ତି ଭୁବନେଶ୍ବର ଏମସ ନିର୍ଦେଶକ ଗୀତାଞ୍ଜଳି ପଦ୍ମନାଭନ୍‌ | ସେହିପରି ଏମସରେ ଏଥିସହ ସମସ୍ତ ପ୍ରାଇଭେଟ୍‌ ୱାର୍ଡର ୩୬ ବେଡ୍ ଓ ଜେ- ବ୍ଲକର ୧୫୦ ବେଡକୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ କରାଯାଇଛି । କରୋନା ମୁକାବିଲା ପାଇଁ ଏମ୍‌ସର ସମସ୍ତ ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ, ସୁରକ୍ଷା କର୍ମୀଙ୍କ ପାଇଁ ଆବଶ୍ୟକ ମାସ୍କ ରହିଛି | ଏହାର ବ୍ୟବହାର ସଂପର୍କରେ ସମସ୍ତ ଡାକ୍ତର ଓ କର୍ମଚାରୀଙ୍କୁ ଟ୍ରେନିଂ ମଧ୍ୟ ଦିଆଯାଇଛି |

Exit mobile version